Monday, February 9, 2026
20.6 C
Odisha

    ଭିଜିଲାନ୍ସ ଜାଲରେ ବ୍ଲକ୍ PEO, ୬ଟି ସ୍ଥାନରେ ଚାଲିଛି ଚଢାଉ

    ଆଗକୁ ପଢନ୍ତୁ

    ଆନନ୍ଦପୁର  : ଭିଜିଲାନ୍ସ ଜାଲରେ ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନା । ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । କେନ୍ଦୁଝର ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ମିଳିତଭାବେ ଚଢାଉ କରିଛନ୍ତି । ବସନ୍ତିଆସ୍ଥିତ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ଚାଲିଛି । ୪ ଜଣ ଡିଏସପି ଓ ୮ ଜଣ ଇନସପେକ୍ଟରଙ୍କୁ ନେଇ ରେଡ କରାଯାଉଛି । ଚଣ୍ଡିବିରଞ୍ଚିପୁରରେ ୩ ତାଲା ଘର, ବସନ୍ତିଆଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଗୃହ, ବିଦ୍ୟାଧରପୁରରେ ଥିବା ଇଲେକ୍ଟ୍ରୋନିକ ଦୋକାନ, ପଢିଆରିପଲ୍ଲୀରେ ସମ୍ପର୍କୀୟଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଏକାବେଳକେ ରେଡ ଚାଲିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.6 ° C
    20.6 °
    20.6 °
    23 %
    1.3kmh
    0 %
    Mon
    22 °
    Tue
    31 °
    Wed
    32 °
    Thu
    33 °
    Fri
    34 °

    ସମ୍ବନ୍ଧିତ