Saturday, October 17, 2026
23.8 C
Odisha

    ଡିଆରଡିଓ ପକ୍ଷରୁ ଦୂରଗାମୀ ରକେଟ (ଏଲଆରଜିଆର-୧୨୦) ‘ପିନାକ’ର ପ୍ରଥମ ପରୀକ୍ଷଣ ସମ୍ପନ୍ନ

    ଆଗକୁ ପଢନ୍ତୁ

    ବାଲେଶ୍ବର  : ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ‘ଡିଆରଡିଓ’ ପକ୍ଷରୁ ଦୂରଗାମୀ ରକେଟ (ଏଲଆରଜିଆର-୧୨୦) ‘ପିନାକ’ର ପ୍ରଥମ ପରୀକ୍ଷଣ ସୋମବାର ସମ୍ପନ୍ନ ହୋଇଛି। ପରୀକ୍ଷା ସଫଳ ହୋଇଥିବା ସୂଚନା ଦିଆଯାଇଛି। ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷା କେନ୍ଦ୍ର (ଆଇଟିଆର) ପରିସରରୁ ଏହି ରକେଟର ପରୀକ୍ଷା କରାଯାଇଛି। ପିନାକ ୧୨୦ କିମି ଦୂର ଯାଇ ନିର୍ଦ୍ଧାରିତ ଲକ୍ଷ୍ୟକୁ ଭେଦ କରିବାରେ ସଫଳ ହୋଇଥିଲା। ପରୀକ୍ଷା ସମୟରେ ନିୟୋଜିତ ସମସ୍ତ ରେଞ୍ଜ ଉପକରଣ ମାଧ୍ୟମରେ ରକେଟ ଉଡ଼ାଣ ଗତିପଥର ଅନୁଧ୍ୟାନ କରାଯାଇଥିଲା।

    ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗର ସଚିବ ତଥା ଡିଆରଡିଓର ଅଧ୍ୟକ୍ଷ ଡ. ସମୀର ଭି କାମତ ଉପସ୍ଥିତ ରହି ପରୀକ୍ଷାର ଅନୁଧ୍ୟାନ କରିଥିଲେ। ପରୀକ୍ଷାର ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଦୂରଗାମୀ ରକେଟ ସେନାବାହିନୀର କ୍ଷମତାକୁ ବୃଦ୍ଧି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପରୀକ୍ଷାଗାର ଓ ଗବେଷଣା କେନ୍ଦ୍ର ଇମାରତର ସହଯୋଗରେ ଆର୍ମାମେଣ୍ଟ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ ଏବଂ ହାଇ ଏନର୍ଜି ମ୍ୟାଟେରିଆଲ୍ସ ରିସର୍ଚ୍ଚ ଲାବରେଟୋରି ପକ୍ଷରୁ ମିଳିତ ଭାବେ ଏହି ରକେଟର ଡିଜାଇନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ