Tuesday, June 9, 2026
28.5 C
Odisha

    ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ରାଜ୍ୟ ପରିବହନ ପ୍ରାଧିକରଣର ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି | ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବାବେଳେ ପୁଳା ପୁଳା ଟଙ୍କା ଓ ବିପୁଳ ସୁନାଗହଣା ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି | ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୧୩ ଜଣ ଡିଏସ୍ପି, ୧୨ ଜଣ ଇନ୍ସପେକ୍ଟର ପ୍ରମୁଖ ସାମିଲ ହୋଇଛନ୍ତି | ଭିଜିଲାନ୍ସ ପକ୍ଷରୁ ତାଙ୍କର ମୈତ୍ରୀ ବିହାରରେ ଥିବା ବାସଭବନ, ରଘୁନାଥପୁରରେ ଫ୍ଲାଟ, ନୟାଗଡ ରଣପୁରରେ ଫାର୍ମହାଉସ ସହ କଟକସ୍ଥିତ ଅଫିସରେ ଚଢ଼ାଉ ଚାଲିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.5 ° C
    28.5 °
    28.5 °
    52 %
    2.2kmh
    100 %
    Tue
    41 °
    Wed
    42 °
    Thu
    42 °
    Fri
    36 °
    Sat
    38 °

    ସମ୍ବନ୍ଧିତ