Wednesday, July 8, 2026
30.8 C
Odisha

    ଭିଜିଲାନ୍ସ ଜାଲରେ ରେଞ୍ଜର, ୪ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା : ଭିଜିଲାନ୍ସ ଜାଲରେ ରେଞ୍ଜର । କେନ୍ଦ୍ରାପଡ଼ା ବନାଞ୍ଚଳର ବନପାଳ ରବୀନ୍ଦ୍ର କୁମାର ନାୟକଙ୍କ ଘରେ ଚଢାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୪ଟି ସ୍ଥାନରେ ଏକକାଳୀନ ଚାଲିଛି ରେଡ୍ । ଦସ୍ତାବିଜ ଓ ଅନ୍ୟାନ୍ୟ ପ୍ରମାଣପତ୍ରର ଯାଞ୍ଚ କରାଯାଉଛି । ବାରଙ୍ଗ ଗୋଡ଼ିସାହିରେ ଅଛି ବିଶାଳ ୪ ମହଲା କୋଠା । ବାଙ୍କୀ ସାହାଡ଼ାପଡ଼ାରେ ଥିବା ପୈତୃକ ଘରେ ମଧ୍ୟ ରେଡ୍ ଜାରି ରହିଛି । ବନପାଳଙ୍କ କାର୍ଯ୍ୟାଳୟ ଏବଂ ଘରେ ମଧ୍ୟ ଚଢାଉ କରାଯାଉଛି । ତଲାସି କାର୍ଯ୍ୟ ଜାରି ରହିଥିବାବେଳେ ନଗଦ ଅର୍ଥ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ତଥ୍ୟର ଯାଞ୍ଚ ଚାଲିଛି । ତଲାସି ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ଆୟ ବର୍ହିଭୁତ ସମ୍ପତ୍ତିର ସବିଶେଷ ଜଣାପଡିବ ।

    ସେହିପରି ଆଜି ଭିଜିଲାନ୍ସ ଜାଲରେ ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ୍ ରାଉତ ଧରାପଡ଼ିଛନ୍ତି । ବାଲି ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ । ଜୟପୁର ସମେତ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ଟିମର ଛାନଭିନ୍ । ତଲାସି ବେଳେ ମୋଟ ୪ ଲକ୍ଷ ୯୦ ହଜାର ନଗଦ ଟଙ୍ଗା ଜବତ କରାଯାଇଛି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.8 ° C
    30.8 °
    30.8 °
    63 %
    3.8kmh
    100 %
    Wed
    32 °
    Thu
    29 °
    Fri
    28 °
    Sat
    24 °
    Sun
    27 °

    ସମ୍ବନ୍ଧିତ