Saturday, June 27, 2026
27.6 C
Odisha

    ଭିଜିଲାନ୍ସ ଜାଲରେ ୨୭୦କର୍ମଚାରୀ: ଏତିକି ଆଇଏଏସ, ଆଇପିଏସ ପଦବୀ ଖାଲି, ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜ୍ୟରେ ଆଇଏଏସ, ଆଇପିଏସ୍‌, ଆଇଏଫଏସ ପଦବୀ ଖାଲି ନେଇ ବିଧାନସଭାରେ ଆଜି ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୪୬ଆଇଏଏସ, ୬୭ଆଇପିଏସ୍‌, ୭୦ଆଇଏଫଏସ୍‌ ପଦବୀ ଖାଲି ପଡିଛି । ଏହାସହିତ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୭୦ଜଣ ସରକାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।

    ଗତବର୍ଷ ଜୁନ୍‌ ୧୨ରୁ ଚଳିତ ବର୍ଷ ଡିସେମ୍ବର ୨୧ଯାଏଁ ୨୭୦ଜଣ କର୍ମଚାରୀ ଗିରଫ ହୋଇଥିବା ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ୩୧ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ଥର କାର୍ଯ୍ୟାନୁଷ୍ଠାନ ହୋଇଛି । ସେମାନଙ୍କ ମଧ୍ୟରୁ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ୧୮୭ଜଣ ସରକାରୀ କର୍ମଚାରୀ । ଦଣ୍ଡିତ ପରେ ଚାକିରିରୁ ବରଖାସ୍ତ ହୋଇଛନ୍ତି ୩୪ଜଣ । ଅନ୍ୟ ୬୫ଜଣ ସରକାରୀ କର୍ମଚାରୀଙ୍କ ପେନସନ୍‌ ବନ୍ଦ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.6 ° C
    27.6 °
    27.6 °
    82 %
    2.1kmh
    96 %
    Sat
    27 °
    Sun
    38 °
    Mon
    37 °
    Tue
    34 °
    Wed
    32 °

    ସମ୍ବନ୍ଧିତ