Sunday, April 12, 2026
25.3 C
Odisha

    ଭିଜିଲାନ୍ସ ହାତରେ GST ଅଧିକାରୀ

    ଆଗକୁ ପଢନ୍ତୁ

    ବଲାଙ୍ଗୀରି   :   ଟିଟିଲାଗଡ଼ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ରମେଶଙ୍କୁ ୨୩ ହଜାର ୬ ଶହ ଟଙ୍କା ଜରିମାନା କରାଯାଇଥିଲା। ଜରିମାନାକୁ ୭୫୦୦ ଟଙ୍କା କରିଦେବା ପାଇଁ ଉମାକାନ୍ତ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ରମେଶ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଆଜି ଉକ୍ତ ଅଧିକାରୀ ବ୍ୟବସାୟୀ ରମେଶଙ୍କଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ସମୟରେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ମାଡ଼ି ବସିଛନ୍ତି। ଅଧିକାରୀଙ୍କ ଟିଟଲାଗଡ଼ ଅଫିସ, ବଲାଙ୍ଗୀରସ୍ଥିତ ଗାନ୍ଧୀନଗର ପଡ଼ା ଘରେ ଓ ସୋନପୁରଠାରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିବା ଉପ ଆରକ୍ଷୀ ଅଧୀକ୍ଷକ ପୁଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    20 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ