Sunday, October 4, 2026
24.6 C
Odisha

    ଭିନେଶଙ୍କ ସପକ୍ଷରେ ବାହାରିଲେ ସଚ୍ଚିନ ତେନ୍ଦୁଲକର

    ଆଗକୁ ପଢନ୍ତୁ

    ଗତ କିଛି ଦିନ ହେଲା ଭାରତର ତାରକା ରେସଲର ଭିନେଶ ଫୋଗଟଙ୍କୁ ନେଇ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ଏବେ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଭିନେଶଙ୍କ ସମର୍ଥନରେ ବାହାରିଛନ୍ତି। କହିରଖୁଛୁ ଯେ, ମହିଳା ରେସଲିଂ ୫୦ କିଲୋଗ୍ରାମ ବର୍ଗର ଅନ୍ତିମ ମ୍ୟାଚ ପୂର୍ବରୁ ଭିନେଶଙ୍କ ଓଜନ ନିର୍ଦ୍ଧାରିତ ଓଜନଠାରୁ ୧୦୦ ଗ୍ରାମ ଅଧିକ ବୋଲି ଜଣାପଡିଛି। ଯେଉଁଥିପାଇଁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଥିଲେ। ବର୍ତ୍ତମାନ ସଚିନ ଏହି ପ୍ରସଙ୍ଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ଭିନେଶ ସମ୍ପୂର୍ଣ୍ଣ ରୂପେ ରୋପ୍ୟ ପଦକ ପାଇବାକୁ ଯୋଗ୍ୟ। ସଚିନ ତେନ୍ଦୁଲକର ଭିନେଶଙ୍କୁ ସମର୍ଥନ କରି କହିଛନ୍ତି, ପ୍ରତ୍ୟେକ ଖେଳର ନିୟମ ରହିଛି ଏବଂ ସେହି ନିୟମଗୁଡିକ ପ୍ରସଙ୍ଗରେ ଦେଖାଯିବା ଉଚିତ ଏବଂ ବେଳେବେଳେ ପୁନ ସମୀକ୍ଷା କରାଯିବା ଉଚିତ। ତେଣୁ ମୁଁ ଭାବୁଛି ତାଙ୍କୁ ରୋପ୍ୟ ପଦକ ନ ଦେବା ଅତ୍ୟନ୍ତ ଅସାଧୁତା ହେବ ଏବଂ ଏହିପରି ନିୟମଗୁଡ଼ିକର କୌଣସି ଅର୍ଥରହିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ