Sunday, October 4, 2026
24.6 C
Odisha

    ଭିନେଶ ଫୋଗଟଙ୍କୁ ମିଳିବ ରୌପ୍ୟ ପଦକ! ବଡ଼ ଅପଡେଟ୍‌

    ଆଗକୁ ପଢନ୍ତୁ

    ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅଯୋଗ୍ୟତା ପ୍ରସଙ୍ଗରେ ଭିନେଶ ଫୋଗଟ ଆବେଦନ କରିଥିଲେ। ତାଙ୍କ ମାମଲାକୁ ନେଇ କୋର୍ଟ ଅଫ ଆର୍ବିଟ୍ରେସନ ଫର୍‌ ସ୍ପୋର୍ଟସ’ ସିଏଏସ୍‌ (CAS) ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍‌ ଦେଇଛି। ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ଭିନେଶଙ୍କ ମାମଲା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି CAS ଏହାର ଅଫିସିଆଲ ୱେବସାଇଟ ମାଧ୍ୟମରେ ସୂଚନା ଦେଇଛି। ଆଜି ଏହି ପ୍ରସଙ୍ଗରେ ଶୁଣାଣି ହେବ। କିନ୍ତୁ ନିଷ୍ପତ୍ତି ପାଇଁ ଅପେକ୍ଷା କରିବାକୁ ପଡିପାରେ। ସିଏଏସ୍‌ ଏହାର ୱେବସାଇଟରେ ଲେଖିଛି, ଶୁକ୍ରବାର ଏହାର ଶୁଣାଣି ହେବ ଏବଂ ଅଲିମ୍ପିକ ଗେମ୍ସ ଶେଷ ହେବା ପୂର୍ବରୁ ନିଷ୍ପତ୍ତି ନିଆଯିବ। ଏହା ଏପରି ଏକ ବିଷୟ ଯେ ଏକ ଘଣ୍ଟା ମଧ୍ୟରେ ନିଷ୍ପତ୍ତି ନିଆଯାଇପାରିବ ନାହିଁ । ଭିନେଶ ଏହି ବିଷୟରେ ଶୀଘ୍ର ନିଷ୍ପତ୍ତି ପାଇଁ ଅନୁରୋଧ କରିନଥିଲେ। କିନ୍ତୁ ତଥାପି ପ୍ରକ୍ରିୟା ବହୁତ ଶୀଘ୍ର କରାଯିବ।
    ଅଯୋଗ୍ୟ ହେବା ପରେ ଭିନେଶ ସିଏଏସ୍‌ ରେ ଆବେଦନ କରିଥିଲେ। ଭିନେଶଙ୍କ ଓଜନ ନିୟମଠାରୁ ଅଧିକ ଥିଲା। ୧୦୦ ଗ୍ରାମ ଓଜନ ତାଙ୍କ ଉପରେ ଭାରୀ ହୋଇଗଲା। ଓଜନ ହ୍ରାସ କରିବାକୁ ଭିନେଶ ସବୁକିଛି ସମ୍ଭବ ଚେଷ୍ଟା କରିଥିଲେ। ସେ କେଶ ମଧ୍ୟ କାଟିଥିଲେ। ଏହା ସହିତ ପୋଷାକ ମଧ୍ୟ ଛୋଟ କରାଯାଇଥିଲା। କିନ୍ତୁ ତଥାପି ସଫଳତା ହାସଲ ହୋଇପାରିଲା ନାହିଁ। ଏହି କାରଣରୁ ସେ କୋର୍ଟଙ୍କ ନିକଟକୁ ଯାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ