Sunday, October 4, 2026
29.6 C
Odisha

    ଭିନେଶ ଫୋଗଟ ନିରାଶ; ରୌପ୍ୟ ପଦକ, ଆବେଦନ ଖାରଜ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଉଳି ଯାଇଛି ଭିନେଶ ଫୋଗାଟଙ୍କ ସ୍ବପ୍ନ। ଶେଷ ଆଶା ମଧ୍ୟ ବ୍ୟର୍ଥ ଯାଇଛି। ରୌପ୍ୟ ପଦକ ଦାବିରେ କୋର୍ଟ ଅଫ ଆଵିଟ୍ରେସନ ଫ୍ର ସ୍ପୋର୍ଟ୍ସ(ସିଏଏସ)ରେ ଭିନେଶଙ୍କ ଆବେଦନ ଖାରଜ ହୋଇଯାଇଛି।ଭିନେଶଙ୍କ ଆବେଦନର ବିଚାର ପୂର୍ବରୁ ହୋଇସାରିଥିବା ବେଳେ କେବଳ ଶୁଣାଣି ବାକି ରହିଛି, କିନ୍ତୁ ରାୟ ଶୁଣାଣିର ତାରିଖ ବାରମ୍ବାର ଘୁଞ୍ଚି ଚାଲିଛି। ହେଲେ ୧୪ ଅଗଷ୍ଟ ବୁଧବାର ଏହି ମାମଲାରେ ରାୟ ଆସିଛି। ସିଏଏସ ଭିନେଶଙ୍କ ଅପିଲ କୁ ଖାରଜ କରି ଦେଇଛି। ଏହାର ଅର୍ଥ ହେଉଛି ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ। ଏହି ମାମଲାରେ ପୂର୍ବରୁ ୧୩ ତାରିଖରେ ରାୟ ଆସିବାର ଥିଲା। କିନ୍ତୁ ଖବର ଆସିଥିଲା ଯେ ରାୟ ଶୁଣାଣି ୧୬ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ହେଲେ ଏହି ମାମଲାର ରାୟ ଏହା ପୂର୍ବରୁ ଏବେ ଆସି ସାରିଛି। ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ) ର ସଭାପତି ପି.ଟି ଉଷା ମଧ୍ୟ ଏହି ପ୍ରସଙ୍ଗରେ ନିରାଶ ପ୍ରକାଶ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି ନିଷ୍ପତ୍ତି ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

    ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ ଭିନେଶ ୬ ଅଗଷ୍ଟରେ କ୍ରମାଗତ ୩ ମ୍ୟାଚ୍ ଖେଳିବା ପରେ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ରେସଲିଂରେ ପ୍ରବେଶ କରି ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ସ୍ୱର୍ଣ୍ଣ ପଦକ ମ୍ୟାଚ୍ ୭ ଅଗଷ୍ଟ ରାତିରେ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ ମ୍ୟାଚ୍ ପୂର୍ବରୁ ତାଙ୍କ ଓଜନ ୧୦୦ ଗ୍ରାମ ଅଧିକ ଥିବାରୁ ସେହି ଦିନ ସକାଳେ ବିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହା ପରେ ବିନେଶ ସିଏଏସ’ରେ ଏକ ମାମଲା ଦାୟର କରିଥିଲେ। ତାଙ୍କର ପ୍ରଥମ ଦାବି ଥିଲା ଯେ ତାଙ୍କୁ ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳିବାକୁ ଅନୁମତି ଦିଆଯାଉ। କିନ୍ତୁ ନିୟମ ଦର୍ଶାଇ ତାଙ୍କ ଦାବି ତୁରନ୍ତ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଏହା ପରେ ବିନେଶ ଆବେଦନ କରି କହିଥିଲେ ଯେ ତାଙ୍କୁ ଏହି ଇଭେଣ୍ଟରେ ରୌପ୍ୟ ପଦକ ଦିଆଯାଉ। ବର୍ତ୍ତମାନ ଏହି ଆବେଦନ ମଧ୍ୟ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ