Saturday, April 4, 2026
29.2 C
Odisha

    ଭିନ୍ନମତକୁ ସମ୍ମାନ ଦିଆଯିବା ଉଚିତ୍ : ମୋହନ ଭାଗବତ

    ଆଗକୁ ପଢନ୍ତୁ

    ଭିଓ୍ବାଣ୍ଡି: ଆଜି ସାରା ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ମହାରାଷ୍ଟ୍ରର ଭିୱାଣ୍ଡିରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେ କହିଥିଲେ ଯେ ଭିନ୍ନମତକୁ ସମ୍ମାନ ଦେବା ଉଚିତ ଏବଂ ଏକତା ହେଉଛି ସୌହାର୍ଦ୍ଦ୍ୟରେ ବଞ୍ଚିବାର ଚାବିକାଠି । ଏଭଳି ଏକ ଭାରତ ଗଠନ କରିବା ଆମ ସମସ୍ତଙ୍କ ସ୍ୱାଭାବିକ ଦାୟିତ୍ୱ ବୋଲି ସେ କହିଛନ୍ତି।ଭାଗବତ କହିଛନ୍ତି ଯେ ବିବିଧତା କାରଣରୁ ଭାରତ ବାହାରେ ଲଢ଼େଇ ହେଉଛି। କିନ୍ତୁ ଆମ ଦେଶରେ ବିବିଧତାକୁ ଆମେ ଜୀବନର ଏକ ପ୍ରାକୃତିକ ଅଙ୍ଗ ଭାବରେ ଦେଖିଥାଉ । ଆପଣଙ୍କର ନିଜର ସ୍ୱତନ୍ତ୍ରତା ଥାଇପାରେ, କିନ୍ତୁ ଆପଣଙ୍କୁ ପରସ୍ପର ସହିତ ଭଲ ରହିବାକୁ ପଡିବ । ଯଦି ଆପଣ ବଞ୍ଚିବାକୁ ଚାହୁଁଛନ୍ତି, ତେବେ ଏହା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନ ହେବା ଆବଶ୍ୟକ । ଯଦି ଆପଣ ଦୁଃଖୀ ଅଛନ୍ତି ତେବେ ଆପଣଙ୍କ ପରିବାର ଖୁସି ହୋଇପାରିବ ନାହିଁ, ସେହିଭଳି ଗୋଟିଏ ସହର ଅସୁବିଧାରେ ପଡିଲେ ପରିବାର ସୁଖୀ ହୋଇପାରିବ ନାହିଁ ବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.2 ° C
    29.2 °
    29.2 °
    34 %
    1.5kmh
    98 %
    Sat
    38 °
    Sun
    37 °
    Mon
    38 °
    Tue
    38 °
    Wed
    38 °

    ସମ୍ବନ୍ଧିତ