Saturday, October 10, 2026
23.6 C
Odisha

    ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବେ ଟ୍ରମ୍ପ୍‌

    ଆଗକୁ ପଢନ୍ତୁ

    ୱାଶିଂଟନ୍‌: ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ କ୍ରମାଗତ ଭାବେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି  । ବାଂଲାଦେଶକୁ ବଡ ଝଟକା ଦେଇଛନ୍ତି ଟ୍ରମ୍ପ ପ୍ରଶାସନ  ।  ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିବାକୁ ଟ୍ରମ୍ପ ନିଷ୍ପତ୍ତି ନେଇଛନ୍ତି ।

    ଆମେରିକୀୟ ଏଜେନ୍ସି ୟୁଏସଏଆଇଡି ବାଂଲାଦେଶରେ ଚୁକ୍ତି, କାର୍ୟ୍ୟାଦେଶ, ଅନୁଦାନ, ସମବାୟ ଚୁକ୍ତି, ଅନ୍ୟାନ୍ୟ ସହାୟତା କିମ୍ବା କ୍ରୟ ଉପକରଣ ଅଧୀନରେ କୌଣସି କାର୍ୟ୍ୟକୁ ତୁରନ୍ତ ବନ୍ଦ କିମ୍ବା ସ୍ଥଗିତ ରଖିବାକୁ ଘୋଷଣା କରିଛି ।  ଶେଖ୍ ହସିନା କ୍ଷମତାରୁ ଯିବା ପରେ ବାଂଲାଦେଶର ମୌଳବାଦୀ ମାନେ ହିନ୍ଦୁମାନଙ୍କୁ ହତ୍ୟା କରିବା ସହ ଅନେକ ଧାର୍ମିକ ସ୍ଥଳରେ ନିଆଁ ଲଗାଇ ଦେଇଥିଲେ ।  ଡୋନାଲ୍ଡ ଟ୍ରମ୍ପଙ୍କ ସେତେବେଳେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ପାଇଁ ୟୁନୁସ୍ ସରକାରଙ୍କୁ  ସମାଲୋଚନା କରିଥିଲେ ।

    ଟ୍ରମ୍ପ ପ୍ରତିଶ୍ରୁତି ଦେଇଥିଲେ ଯେ ,ବାଂଲାଦେଶରେ ଉଗ୍ର ବାମପନ୍ଥୀଙ୍କ ଧାର୍ମିକ ବିରୋଧୀ ଏଜେଣ୍ଡାରୁ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା ସହ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କ ସୁଦୃଢ଼ କରାଯିବ। ଏବେ ପ୍ରାୟ ଦୁଇ ମାସ ପରେ ଟ୍ରମ୍ପ କ୍ଷମତାକୁ ଆସିବା ମାତ୍ରେ ବାଂଲାଦେଶ ବିରୋଧରେ ବଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଆମେରିକା  ।

    ବାଂଲାଦେଶ ଏବେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହୋଇଛି ।  ଆମେରିକୀୟ ବୈଦେଶିକ ସଚିବଙ୍କ ସହ ସାକ୍ଷାତ ବେଳେ ବାଂଲାଦେଶରେ ସଂଖ୍ୟାଲଘୁ ପ୍ରସଙ୍ଗ ରେ ଆଲୋଚନା ହୋଇଛି କି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି, ହଁ, ଆମେ ବାଂଲାଦେଶ ଉପରେ ଏକ ସଂକ୍ଷିପ୍ତ ଆଲୋଚନା କରିଥିଲୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ