Tuesday, October 6, 2026
23.8 C
Odisha

    ଭୁବନେଶ୍ବରରେ ଆୟୋଜନ ହେବ ବିଶ୍ଵ ଆଥଲେଟ୍‌ କଣ୍ଟିନେଣ୍ଟାଲ ଟୁର୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବିଶ୍ଵ ଆଥଲେଟ୍‌ କଣ୍ଟିନେଣ୍ଟାଲ ଟୁର୍ ଭୁବନେଶ୍ବରରେ ଆୟୋଜନ ହେବ। ଦେଶରେ ପ୍ରଥମଥର ପାଇଁ ଏହି କ୍ରୀଡ଼ା ସମାରୋହର ଆୟୋଜନ ହେବ। କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ଉପରେ ବିଶ୍ୱାସ କରିଥିବାରୁ ବିଶ୍ଵ ଆଥଲେଟିକସ, ଆଥଲେଟିକ ଫେଡେରେସନ ଅଫ୍ ଇଣ୍ଡିଆ ଓ କେନ୍ଦ୍ର ସରକାର କଳିଙ୍ଗ ଷ୍ଟାଡିୟମରେ ଭରଷା କରିଛନ୍ତି। ୨୦୧୭ ପରେ ଓଡ଼ିଶା ଏମିତି ଏକ ବଡ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ବୋଲି କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଆସନ୍ତା ଅଗଷ୍ଟ ୧୦ରେ ଏହା ଆୟୋଜନ କରାଯିବ, ଯାହା କେବଳ ଗୋଟିଏ ଦିନ ପାଇଁ ଏହି ପ୍ରତିଯୋଗିତା ଅୟୋଜନ କରାଯିବ। ଏଥିରେ ୨୦ଟି ଇଭେଣ୍ଟକୁ ସ୍ଥାନ ଦିଆଯାଇଛି। ବିଶ୍ୱ ରାଙ୍କି ପାଇଁ ଏହା ଗୋଟିଏ ବଡ ପ୍ଲାଟ ଫର୍ମ ହେବ ଖେଳାଳିଙ୍କ ପାଇଁ। ଏଥିରେ ୧୦ରୁ ଅଧିକ ଦେଶର ପ୍ରାୟ ୧୫୦ରୁ ଅଧିକ ଖେଳାଳି ଭାଗ ନେବେ।
    ଆଶା କରାଯାଉଛି ପ୍ରାୟ ୧୫ରୁ ୨୦ ଦେଶ ସାମିଲ ହେବେ। କାହିଁକି ନା ଆବେଦନର ଶେଷ ତାରିଖ ଜୁଲାଇ ୧୬ ପର୍ଯ୍ୟନ୍ତ ରହିଛି। ଏପର୍ଯ୍ୟନ୍ତ ପ୍ରସ୍ତୁତ ହେଉଥିବା ତାଲିକା ଅନୁସାରେ ୧୦୦ ଭାରତୀୟ ଖେଳାଳି ଓ ୫୦ ବିଦେଶୀ ଖେଳାଳି ସାମିଲ ହେବେ। ଏହି କାର୍ଯ୍ୟକ୍ରମ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.8 ° C
    23.8 °
    23.8 °
    87 %
    1.5kmh
    1 %
    Tue
    23 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ