ଏହାକୁ ନେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଖୁବ୍ ଭଲ ପ୍ରସ୍ତୁତି ହୋଇଛି। ଓଡ଼ିଶାର କଳାସଂସ୍କୃତିକୁ ସାରା ବିଶ୍ବରେ ପହଞ୍ଚାଇବା ଲାଗି ସରକାର ପ୍ରୟାସ କରୁଛନ୍ତି। ଓଡ଼ିଶାକୁ ଦୁନିଆଁର ମାନଚିତ୍ରରେ ସ୍ଥାନ ଦେବୁ।ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର ଭୁବନେଶ୍ବରରେ ପହଞ୍ଚି ସାରିଥିବା ବେଳେ ଆସନ୍ତାକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। ୯ ତାରିଖରେ ସେ ସମ୍ମିଳନୀରେ ସାମିଲ ହେବେ। ସେହିପରି ୧୦ ତାରିଖରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।