Sunday, April 12, 2026
24.1 C
Odisha

    ଭୁବନେଶ୍ବରରେ ଯୁବକଙ୍କୁ ହତ୍ୟା: ମହିଳା ସମେତ ୩ ଅଭିଯୁକ୍ତ ନୟାଗଡ଼ରୁ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଓଭରବ୍ରିଜ୍‌ ନିକଟରେ ଆଜି ସକାଳୁ ବହୁଚର୍ଚ୍ଚିତ ସହଦେବ ସାହୁ ହତ୍ୟା ଘଟଣାରେ କମିସନରେଟ୍ ପୁଲିସର ସ୍ଵତନ୍ତ୍ର ଟିମ୍ ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ଜଣେ ମହିଳା ସମେତ ୩ ଅଭିଯୁକ୍ତଙ୍କୁ ନୟାଗଡ଼ ଜିଲ୍ଲା ଶରଣକୂଳରୁ ବୁଧବାର ସନ୍ଧ୍ୟାରେ ଗରିଫ କରିଛି। ଗିରଫ ଅଭିଯୁକ୍ତମାନେ କେଦାରପଲ୍ଲୀ ନିବାସୀ। ଏମାନେ ପୂର୍ବରୁ ଜେଲ୍‌ ଯାଇଥିଲେ। ଏହି ହତ୍ୟା କାଣ୍ଡ ଯୋଜନାବଦ୍ଧ ଥିଲା ବୋଲି ଜଣାପଡ଼ିଛି। ବ୍ରାଉନ୍‌ସୁଗାର ବ୍ୟବସାୟକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସବୁଠାରୁ ବଡ଼ କଥା ହେଲା ଯେ, ଘଟଣା ଘଟିବାର ୧୦ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ କାବୁ କରିବାରେ ପୁଲିସ ସଫଳତା ହାସଲ କରିଛି।

    ସଚନାଯୋଗ୍ୟ, କେଦାରପଲ୍ଲୀରେ ରହୁଥିବା ସହଦେବ ନାୟକ ଅନ୍ୟ ଦିନ ଭଳି ଆଜି ସକାଳୁ ଝିଅକୁ ସ୍କୁଲକୁ ଛାଡ଼ିବାକୁ ଯାଇଥିଲେ। ଝିଅକୁ ସ୍କୁଲରେ ଛାଡ଼ି ଘରକୁ ଫେରିବା ବାଟରେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳ ଥିଲା ରସୁଲଗଡ଼ ଓଭରବ୍ରିଜ୍‌। ଦୁର୍ବୃତ୍ତମାନେ ଅତର୍କିତ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ସହଦେବ ଆକୁଳ ନିବେଦନ କରୁଥିବା ବେଳେ ଦୁର୍ବୃତ୍ତମାନେ ବାରମ୍ବାର ଖଣ୍ଡାଚୋଟ ମାରୁଥିଲେ। ଅଳ୍ପ ସମୟ ମଧ୍ୟରେ ସହଦେବଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲେ।

    ରାଜଧାନୀ ଭୁବନେଶ୍ବରର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା, ଯାହା ପୂରା ସହରକୁ ଦୋହଲାଇ ଦେଇଥିଲା। ରସୁଲଗଡ଼ରୁ ବାଣୀବିହାର ବିହାର ରାସ୍ତାରେ ଯୁବକଙ୍କ ମୁଣ୍ଡ ରାସ୍ତାରେ ପଡ଼ିଥିଲା। ରାସ୍ତାରେ ଯାଉଥିବା ଲୋକ ଦେଖି ଭୟଭୀତ ହୋଇଯାଉଥିଲେ। ଦୁର୍ବୃତ୍ତମାନେ ବାଇକରେ ଗୋଡେଇ ଗୋଡେଇ ସହଦେବଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସେ ସଫେଇ କର୍ମଚାରୀ ସଂଘର ସଭାପତି ଥିଲେ। ସଫେଇ କର୍ମଚାରୀ ସଂଘ ସଭାପତି ସହଦେବ ନାୟକଙ୍କ ହତ୍ୟାକାଣ୍ଡକୁ ନେଇ ତାଙ୍କ ପତ୍ନୀଙ୍କ ସାଂଘାତିକ ଅଭିଯୋଗ ଆଣିଛନ୍ତି। ବ୍ରାଉନସୁଗାର କାରବାରକୁ ବିରୋଧ କରୁଥିବାରୁ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିବା କାନ୍ଦିକାନ୍ଦି ଅଭିଯୋଗ କରିଛନ୍ତି । ନିଜ ସାହିର ରମା ନାୟକ, ସତ୍ୟ, ଦିଲୁ ନାୟକ, ସୁସେଇ ନାୟକ ଓ ଅନ୍ୟ ଚାରି/ପାଞ୍ଚ ଜଣ ମିଶିକି ହତ୍ୟା କରିଥିବା ସଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ସ୍ବାମୀ ସକାଳୁ ଝିଅକୁ ସ୍କୁଲ ଛାଡିବାକୁ ବାହାରିଥିଲେ। ସ୍କୁଲରେ ଝିଅକୁ ଛାଡି ଫେରିବା ବାଟରେ ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    17 %
    1.4kmh
    0 %
    Sun
    40 °
    Mon
    41 °
    Tue
    42 °
    Wed
    44 °
    Thu
    43 °

    ସମ୍ବନ୍ଧିତ