Friday, April 3, 2026
36.1 C
Odisha

    ଭୁବନେଶ୍ୱରରେ ଅଧିକ ମଦ ପିଉଛନ୍ତି ଲୋକେ !

    ଆଗକୁ ପଢନ୍ତୁ

    ରାଜଧାନୀ ଭୁବନେଶ୍ବରରେ ବଢ଼ୁଛି ମଦୁଆଙ୍କ ସଂଖ୍ୟା। ଲୋକ ଏଠାରେ ପ୍ରତିଦିନି କୋଟି କୋଟି ଟଙ୍କା ମଦ ପିଇଦେଉଛନ୍ତି। ଆଗରେ ରାଜଧାନୀ ଭୁବନେଶ୍ୱର ଥିବାବେଳେ ପରେ ପୁରୀ, କଟକ ଭଳି ସହର ଅଛନ୍ତି। କେବଳ ରାଜଧାନୀ ନୁହେଁ ଓଡ଼ିଶାରେ ମଦୁଆଙ୍କ ହାର ଜାତୀୟ ସ୍ତରଠାରୁ ଢେର ଅଧିକ। କ୍ରମାଗତ ଭାବେ ନିଶାଡ଼ିଙ୍କ ସଂଖ୍ୟା ଯେଭଳି ବଢ଼଼ିଚାଲିଛି ତାହାକୁ ନିୟନ୍ତ୍ରଣ କରାନଗଲେ ଓଡ଼ିଶାରେ ବିଭିନ୍ନ ଧରଣର ଅପରାଧ ସହିତ ନାରୀ ନିର୍ଯାତନା, ରୋଗ ବ୍ୟାଧି, ଦୁର୍ଘଟଣା, ଆର୍ଥିକ ଅନଟନ ଆଦି ବଢ଼଼ିଚାଲିବ। ଏଥି ସଂଗେସଂଗେ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନା ଓ ଉନ୍ନୟନ କାମରେ ଯେତେ ଅର୍ଥ ବ୍ୟୟ ହେଉଛି ସେଥିରୁ ଆଶାନୁରୂପ ଫଳ ମିଳିବ ନାହିଁ ବୋଲି ଅର୍ଥନୀତିଜ୍ଞମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବଶେଷ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ର ରିପୋର୍ଟରେ ମଦୁଆଙ୍କ ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ବେଶ୍‌‌ ଉଦ୍‌‌ବେଗଜନକ। ଏହି ରିପୋର୍ଟର ତଥ୍ୟ ମୁତାବକ ଜାତୀୟସ୍ତରରେ ୧୫ବର୍ଷରୁ ଊର୍ଦ୍ଧ୍ବ୍‌‌୍ୱ ମହିଳାଙ୍କ ଭିତରୁ ମାତ୍ର ୧.୩ ପ୍ରତିଶତ ଆଲ୍‌‌କହଲ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୧୮.୮ ପ୍ରତିଶତ ବୋଲି ଉଲ୍ଲେଖ ରହିଛି। ଅନ୍ୟପକ୍ଷରେ ୧୫ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ ଭିତରୁ ଓଡ଼ିଶାରେ ୪.୩ ପ୍ରତିଶତ ଆଲକହଲ ସେବନ କରୁଥିବାବେଳେ ପୁରୁଷଙ୍କ କ୍ଷେତ୍ରରେ ଏହି ହାର ୨୮.୮ ପ୍ରତିଶତ ଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ