Saturday, October 17, 2026
23.8 C
Odisha

    ପାର୍ବଣରେ ରାଜଧାନୀ ଭିଡ଼ ଅସମ୍ଭାଳ, ରାସ୍ତା ଉପରେ ପାର୍କିଂ ବଢ଼଼ାଉଛି ସମସ୍ୟା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପାର୍ବଣ ସମୟରେ ରାଜଧାନୀର ଟ୍ରାଫିକ୍‌‌ ସମସ୍ୟା ଜଟିଳ ହୋଇପଡ଼ିଛି। ଅପରାହ୍ଣ ୫ଟାରୁ ରାତି ୧୦ ପର୍ଯ୍ୟନ୍ତ ସହରରେ ଅସମ୍ଭାଳ ଭିଡ଼ ଦେଖାଯାଇଛି। ପୁଲିସର ଟ୍ରାଫିକ୍‌‌ ପରିଚାଳନା ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଫେଲ୍‌‌ ମାରିଛି। ବାଣୀବିହାର ଛକରୁ ରସୁଲଗଡ଼଼ ଛକ ଏବଂ ରସୁଲଗଡ଼଼ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ରାସ୍ତା ଉପରେ ହଜାର ହଜାର ଗାଡ଼ି ଘଣ୍ଟା ଘଣ୍ଟା ଧରି ଅଟକି ରହୁଛି। ରାସ୍ତା କଡ଼ରେ ବେଆଇନ୍‌‌ ଭାବେ କରାଯାଉଥିବା ପାର୍କିଂ ଏହି ଟ୍ରାଫିକ୍‌‌ ସମସ୍ୟାକୁ ବଢ଼଼ାଇ ଦେଇଛି। ଆହୁରି ମଧ୍ୟ ଜନପଥର ଟ୍ରାଫିକ୍‌‌ ଯନ୍ତ୍ରଣା ଏବେ ସବୁକୁ ବଳିଯାଇଛି। ଏଠାରେ ସଙ୍କୁଚିତ ରାସ୍ତାରେ ବିଏମ୍‌‌ସି ପାର୍କିଂ ଅନୁମତି ଦେଇଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାଣୀବିହାରରୁ ଶିଶୁଭବନ ପର୍ଯ୍ୟନ୍ତ ଲମ୍ୱିଥିବା ଜନପଥରେ ଏବେ ଅସମ୍ଭାଳ ଟ୍ରାଫିକ ଭିଡ଼ ହେଉଛି। ରାସ୍ତାର ଉଭୟ ପାର୍ଶ୍ବରେ ସ୍ମାର୍ଟସିଟି ପ୍ରକଳ୍ପ ଯୋଗୁଁଁ ରାସ୍ତା ସଙ୍କୁଚିତ ହୋଇଥିବାବେଳେ ଯେତିକି ବି ସ୍ଥାନ ରହିଛି ସେଠାରେ ବିଏମ୍‌‌ସି ପାର୍କିଂ ପାଇଁ ଅନୁମତି ଦେବା ସହିତ ଅର୍ଥ ଆଦାୟ କରୁଛି। ଏଥି ସହିତ ଏହି ରାସ୍ତାପାର୍ଶ୍ବରେ ରାଜଧାନୀର ସର୍ବାଧିକ ବ୍ୟବସାୟିକ କେନ୍ଦ୍ର ରହିଥିବାରୁ ଗହଳି ବଢ଼଼ିବାରେ ଲାଗିଛି। ସ୍ମାର୍ଟସିଟି କର୍ତ୍ତୃପକ୍ଷ ଜନପଥକୁ ଟାଇଲ୍‌‌ ବିଛାଇ ସଙ୍କୁଚିତ କରିଦେଇଛନ୍ତି। ଯେତିକି ସ୍ଥାନ ରହିଛି ସେଠାରେ ବିଭିନ୍ନ ଦପ୍ତର ଓ ବ୍ୟବସାୟ କେନ୍ଦ୍ରର ଯାନ ବାହାନ ସକାଳୁ ଆସି ଛିଡ଼ା ହୋଇଯାଉଛି। ଯେହେତୁ ଏଠାରେ ବିଏମ୍‌‌ସି ଅର୍ଥ ଆଦାୟ କରୁଛି ତେଣୁ ଲୋକେ ପଇସା ଦେଇ ନିର୍ଭୟରେ ରାସ୍ତାଉପରେ ଗାଡ଼ିମୋଟର ରଖି ଚାଲି ଯାଉଛନ୍ତି। ପାର୍କିଂ ସ୍ଥାନ ବାହାରେ ଜନପଥ ଉପରେ ରଖାଯାଉଥିବା ଗାଡ଼ିମୋଟରରୁ ବି ବିଏମ୍‌‌ସି ଅର୍ଥ ଆଦାୟ କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    89 %
    0.3kmh
    70 %
    Sat
    30 °
    Sun
    31 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ