Wednesday, September 30, 2026
24.7 C
Odisha

    ଭୁବନେଶ୍ୱରରେ ହତ୍ୟା କଲା, ନିମାପଡ଼ାରେ ଫିଙ୍ଗିଦେଲା

    ଆଗକୁ ପଢନ୍ତୁ

    ଝରଣାଙ୍କ ପାଇଁ ଭିଣୋଇ ସାଗର ଓ ଭଉଣୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ଅଭିଷେକ ଏବଂ ତାଙ୍କ ପରିବାର ଲୋକ ସନ୍ଦେହ କରୁଥିଲେ। ତେଣୁ ଝରଣାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଭୁବନେଶ୍ୱରରେ ପତ୍ନୀଙ୍କୁ ହତ୍ୟା କଲା! ଆଉ ମୃତଦେହକୁ କାରରେ ନେଇ ପୁରୀ ଜିଲ୍ଲା ନିମାପଡ଼ାରେ ଫିଙ୍ଗିଦେଲା ସ୍ୱାମୀ! ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଓ ତାଙ୍କ ସାନ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ପରେ ପୁଲିସ୍‌ ସ୍ୱାମୀ ଓ ଗାଡ଼ି ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

    ଗୁଣ୍ଡି ଗାଁର ରାମଚନ୍ଦ୍ର ମଲ୍ଲଙ୍କ ଝିଅ ଝରଣା ୨୦୧୫ ମସିହାରେ ନିମାପଡା ଚାରିଛକ ସଇଦାବାଦ ଗ୍ରାମର ଅଭିଷେକ ନାୟକଙ୍କୁ ବିବାହ କରିଥିଲେ। ବିବାହ ପରେ ସାଂସାର ଠିକ୍‌ଠାକ୍‌ ଚାଲିଥିଲା। ତେବେ ହଠାତ୍‌ ଝରଣାଙ୍କ ସଂସାରରେ ଉଠିଥିଲା ଅଶାନ୍ତିର ଝଡ଼। ଝରଣଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ ଅଭିଷେକ। ବାହାଘର ପୂର୍ବରୁ ନିଜ ଭିଣୋଇ ସାଗର ମଲ୍ଲିକଙ୍କ ସହ ଝରଣାଙ୍କ ସମ୍ପର୍କ ଥିବା ସ୍ୱାମୀ ଅଭିଷେକ ଅଭିଯୋଗ କରିଥିଲେ। ଏହି ଘଟଣା ଥାନାକୁ ଗଲା ପରେ ନଣନ୍ଦେଇ ସାଗର ମଲ୍ଲିକଙ୍କୁ ଗିରଫ କରିଥିଲା ପୁଲିସ୍‌।
    ପରବର୍ତ୍ତୀ ସମୟରେ ଝରଣା ଓ ଅଭିଷେକ ଭୁବନେଶ୍ୱର ପଳାଇ ଆସିଥିଲେ। କଳିଙ୍ଗ ନଗରରେ ଉଭୟ ରହୁଥିଲେ। ନିକଟରେ ସାଗର ଜାମିନରେ ଜେଲ୍‌ରୁ ବାହାରିଥିଲେ। ଘରକୁ ଫେରିବା ପରେ ସାଗର ଓ ତାଙ୍କ ସ୍ତ୍ରୀ’ଙ୍କ ମଧ୍ୟରେ ଅନେକ ପାଟିତୁଣ୍ଡ ହୋଇଥିଲା। ଯେଉଁଥିପାଇଁ ଅଭିଷେକଙ୍କ ଘରେ ଉଠିଥିଲା ଅଶାନ୍ତିର ଝଡ଼। ଝରଣାଙ୍କ ପାଇଁ ଭିଣୋଇ ସାଗର ଓ ଭଉଣୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବା ଅଭିଷେକ ଏବଂ ତାଙ୍କ ପରିବାର ଲୋକ ସନ୍ଦେହ କରୁଥିଲେ। ତେଣୁ ଝରଣାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ନଗରରେ ଥିବା ଭଡ଼ା ଘରେ ଝରଣାଙ୍କ ତଣ୍ଟି ଚିପି ଅଭିଷେକ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ତା’ପର ଦିନ ଏକ କାର୍‌ରେ ମୃତଦେହକୁ ନେଇ ଶ୍ୱଶୁର ଘର ଗାଁଠାରୁ ଅଳ୍ପ ଦୂର କୋଣାର୍କ-ନିମାପଡା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଗତ ୧୫ ତାରିଖରେ ପୁଲିସ୍‌ ମୃତଦେହ ଜବତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଆଜି ପୁଲିସ ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ସ୍ୱାମୀ ଅଭିଷେକ ଓ ଡ୍ରାଇଭର ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ