Wednesday, April 2, 2025
35.5 C
Odisha

ଭୁବନେଶ୍ୱର ପାହାଳରେ ବଡ଼ଧରଣ ଚୋରି

ଆଗକୁ ପଢନ୍ତୁ

ଆଜିକାଲି ରାଜ୍ୟ ତଥା ଦେଶରେ ଲୁଟେରାମାନଙ୍କ ସଂଖ୍ୟା ବଢିବା ସହ ଚୋରି ମାମଲା ବୃଦ୍ଧି ଘଟିବାରେ ଲାଗିଛି । ଅନ୍ୟପଟେ ସୁନା ଦର ମଧ୍ୟ ଆକାଶ ଛୁଇଁଛି । ରିପୋର୍ଟ ମୁତାବକ ୨୦୨୪ ମସିହାରେ ୩୦ ପ୍ରତିଶତ ସୁନା ଦରରେ ବୃଦ୍ଧି ଘଟିଛି । ଏହାରି ମଧ୍ୟରେ ଭୁବନେଶ୍ୱର ପାହାଳରୁ ବର୍ତ୍ତମାନ ଏକ ବଡ଼ଧରଣର ଚୋରି ମାମଲା ସାମ୍ନାକୁ ଆସିଛି ।
ଏଠାରେ ଦୁବୃର୍ତ୍ତମାନେ ଘରେ ପଶି ୪୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି । ସୂଚନା ମୁତାବକ, ପାହାଳ ଥାନା ଅନ୍ତର୍ଗତ ସିଟି ହୋମ୍ ଡୁପ୍ଲେକ୍ସରେ ଘରେ ପଶି ଚୋରି କରିଛନ୍ତି ଲୁଟେରା । ତେବେ ସୁନା ଚୋରି ନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତ । ସେ ଥାନାରେ ଅଭିଯୋଗ କରିଛନ୍ତି ଯେ, ସେ ଝିଅ ବାହାଘର ପାଇଁ ସୁନା ଗହଣା ରଖିଥିଲେ । ତେବେ ୬ ଜଣ ଲୁଟେରା ତାଙ୍କ ଘରେ ପଶି ସବୁତକ ସୁନା ଗହଣା ଚୋରି କରି ନେଇ ଫେରାର ହୋଇଛନ୍ତି । ବର୍ତ୍ତମାନ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଦୁଇ ଜଣ ଚୋର ମୁହଁରେ କପଡ଼ା ବାନ୍ଧି ଘର ବାହାରେ ପହରା ମାରୁଥିଲେ । ଏହାପରେ ସେ ସୁଯୋଗ ନେଇ ଘରେ ପଶି ସବୁତକ ସୁନାକୁ ଚୋରି କରି ପଳାୟନ କରିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
scattered clouds
35.5 ° C
35.5 °
35.5 °
28 %
1.2kmh
32 %
Wed
39 °
Thu
40 °
Fri
39 °
Sat
42 °
Sun
42 °

ସମ୍ବନ୍ଧିତ