Monday, October 12, 2026
21.2 C
Odisha

    ଶୀତରେ ଥରିବ ସାରା ଓଡ଼ିଶା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଶୀତ। ବର୍ତ୍ତମାନ ଦେଶର ଅନେକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ରହୁଥିବା ବେଳେ କେତେକ ସ୍ଥାନରେ ବରଫ ମଧ୍ୟ ପଡିଲାଣି। ତେବେ ନଭେମ୍ବର ମାସ ଶେଷ ହେବାକୁ ଯାଉଥିବା ବେଳେ ଡିସେମ୍ବର ମାସ ସବୁଠାରୁ ଥଣ୍ଡା ମାସ ବୋଲି ପ୍ରମାଣିତ ହେବାକୁ ଯାଇଛି। ସାରା ଦେଶରେ ଭୀଷଣ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପ୍ଟେମ୍ବର ମାସରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏନେଇ ଆକଳନ କରାଯାଇଥିଲା। ପ୍ରଶାନ୍ତ ମହାସାଗରରେ ଲ ନିନା ସାରା ଦେଶରେ ତାପମାତ୍ରା ଅଧିକ ହ୍ରାସ ପାଇବ। ଶୀତଳା ପବନ ବହିବା ସହିତ କେତେକ ସ୍ଥାନରେ ବରଫ ମଧ୍ୟ ପଡିବାର ସମ୍ଭାବନା ରହିଛି। ଭାରତରେ ଲ ନିନା ଇଫେକ୍ଟ କିଛି ନୂଆ କଥା ନୁହେଁ, ଏହା ପୂର୍ବରୁ ୨୦୦୧ ମସିହାରେ ଲ ନିନା ଇଫେକ୍ଟର ପ୍ରଭାବ ଅନୁଭୂତ ହୋଇଥିଲା । ତେବେ ଚଳିତ ବର୍ଷ ଏହାର ପ୍ରଭାବ ଭାରତରେ ୩ ମାସ ରହିବ। ଡିସେମ୍ବର, ଜାନୁଆରୀ ଏବଂ ଫେବୃଆରୀ ମାସରେ ରେକର୍ଡ ଭାଙ୍ଗିବ ଶୀତ ।ଚଳିତବର୍ଷ ଶୀତଋତୁରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପୂର୍ବରୁ ବୈଜ୍ଞାନିକମାନେ ଚେତାବନୀ ଦେଇସାରିଛନ୍ତି। ଚଳିତବର୍ଷ ଶୀତ ଲହରୀ ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିବ ଏବଂ ସାରା ଭାରତ ପ୍ରବଳ ଶୀତରେ ଥରିବ ବୋଲି କୁହାଯାଇଛି। ଏ ନେଇ ଇଗଟ ଭୂଗର୍ଭ ବୈଜ୍ଞାନିକ ମଧ୍ୟ ସଚେତନ କରାଇ ସାରିଛନ୍ତି। ପ୍ରଶାନ୍ତ ମହାସାଗରରେ ଚାଲିଥିବା ‘ଲା-ନୀନା’ର ସିଧାସଳଖ ପ୍ରଭାବ ଯୋଗୁଁ ଉତ୍ତର-ଭାରତରେ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି। ଏହି ଜଳବାୟୁ ପରିବର୍ତ୍ତନ ଉତ୍ତର ଭାରତରେ ତାପମାତ୍ରାକୁ ସାମାନ୍ୟରୁ ଅଧିକ କମ୍ କରିପାରେ। ଯାହା ଫଳରେ ଚଳିତବର୍ଷ ଥଣ୍ଡାର ପରିମାଣ ବେଶ୍ ଅଧିକ ରହିପାରେ ବୋଲି କହିଛନ୍ତି ବୈଜ୍ଞାନିକ।ଆଗାମୀ ୨ ଦିନରେ ଶୀତର ପରିମାଣ ବୃଦ୍ଧି ପାଇବ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜରାରି କରିଛି ପାଣିପାଗ ବିଭାଗ। ଶୀତ ଲହରୀରେ ଥରିବ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    85 %
    0.9kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    30 °
    Fri
    31 °

    ସମ୍ବନ୍ଧିତ