Thursday, August 28, 2025
27.1 C
Odisha

    ଭୁଲରେବି ଫିଙ୍ଗନ୍ତୁ ନାହିଁ ମକାର କେଶ, ଏହାକୁ ଖାଇବା ଦ୍ବାରା ମିଳିଥାଏ ଖୁବ୍ ଫାଇଦା

    ଆଗକୁ ପଢନ୍ତୁ

    ବର୍ଷା ଦିନ ଆରମ୍ଭ ହୋଇସାରିଲାଣି ଆଉ ଯଦି ବର୍ଷା ମଝିରେ ତଟକା-ତଟକା ମକା ମିଳିଯାଏ ତେବେ ଆହୁରି ମଜା ବଢିଯାଇଥାଏ । ମକାକୁ ରାନ୍ଧିକି ଲୋକମାନେ ଖୁବ୍ ମଜାରେ ଖାଇଥାନ୍ତି । ବଜାରରେ ମଧ୍ୟ ରାସ୍ତା କଡରେ ବର୍ଷା ଦିନମାନଙ୍କରେ ମକା ସିଝା ମକା ପୋଡା ମିଳିଯାଏ । ପ୍ରତ୍ୟେକ ଲୋକ ମକାକୁ ଘରକୁ ଆଣିବା ପରେ ଏହାର କେଶକୁ ଫିଙ୍ଗି ଦେଇଥାନ୍ତି କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହେବେ ମକା ଠାରୁ ବହୁତ ଅଧିକ ମକା କେଶ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ମକା କେଶରୁ ମିଳୁଥିବା ଫାଇଦା ବିଷୟରେ :-

    ମକାର କେଶରେ ଭିଟାମିନ ଏ, ବି, ସି, କ୍ୟାଲସିୟମ ଏବଂ ଅନ୍ୟ ମିନେରାଲସ୍ ଅଧିକ ମାତ୍ରାରେ ରହିଛି । ଏହା ଆପଣଙ୍କ ଶରୀରକୁ ଭିତରୁ ମଜଭୁତ କରିବାରେ ସାହାଯ୍ୟ କରିଥାଏ ।

    ମକାର କେଶ ଖାଇବା ଦ୍ବାରା ଶରୀରରେ ଥିବା ଟୋକ୍ଦି ଏବଂ ନାଇଟ୍ରେଟସକୁ ବାହାରକୁ କାଢି ଦେଇଥାଏ ଯାହା କିଡନି ଷ୍ଟୋନର ମୁଖ୍ୟ କାରଣ ହୋଇଥାଏ । ଏହାକୁ ଖାଇବା ଦ୍ବାରା କିଡନି ଷ୍ଟୋନ ହେବାର ଡର କମିଯାଇଥାଏ ।

    ମକାର କେଶ ଖାଇବା ଦ୍ବାରା ରକ୍ତରେ ଇଂସୁଲିନର ମାତ୍ରା ନିୟନ୍ତ୍ରିତ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା କୌଣସି ବରଦାନଠୁ କମ୍ ନୁହେଁ ।

    ମକାର କେଶରେ ଥିବା ମଜଭୁତ ତତ୍ବ ରକ୍ତ ଜନିତ ହେଉଥିବା ଅନେକ ସଂକ୍ରମଣରୁ ରକ୍ଷା କରିଥାଏ । ରକ୍ତ ସଂକ୍ରମଣ ମହିଳାଙ୍କ ଅପେକ୍ଷା ପୁରଷମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳିଥାଏ ତେଣୁ ପୁରୁଷଙ୍କୁ ଏହା ସେବନ କରିବା ଅଧିକ ଆବଶ୍ୟକ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.1 ° C
    27.1 °
    27.1 °
    90 %
    1.5kmh
    82 %
    Thu
    26 °
    Fri
    30 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ