Friday, October 16, 2026
26.1 C
Odisha

    ଭୁଶୁଡ଼ି ପଡ଼ିଲା ସମାଧିସ୍ଥଳରେ ନିର୍ମିତ ହୋଇଥିବା କାନ୍ଥ; ଧ୍ବଂସାବଶେଷ ତଳେ ଚାପି ହୋଇ ୨ଶିଶୁ ସମେତ ୭ଜଣଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଶନିବାର ଅଗଷ୍ଟ ୯ତାରିଖ ରକ୍ଷାବନ୍ଧନକୁ ଧୁମଧାମରେ ପାଳନ କରାଯାଉଥିବା ବେଳେ ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୁଲିସ ଷ୍ଟେସନ ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ହରିନଗର ଗାଁ ପଛରେ ଥିବା ସମାଧିସ୍ଥଳରେ ଏକ ୧୦୦ଫୁଟ ଲମ୍ବର କାନ୍ଥ ନିର୍ମାଣ କରାଯାଇଥିଲା। ଆଜି ସକାଳେ ହଠାତ କେହି କିଛି ବୁଝିବା ପୂର୍ବରୁ ଉକ୍ତ କାନ୍ଥଟି ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ବସ୍ତି ଉପରେ ପଡ଼ିବା ଯୋଗୁଁ ଏହାର ଧ୍ବଂସାବଶେଷ ତଳେ ଅନେକଲୋକ ଚାପି ହୋଇଯାଇଥିଲେ।

    ସଙ୍ଗେସଙ୍ଗେ ସ୍ଥାନୀୟଲୋକ ଏହି ଦୁର୍ଘଟଣା ସମ୍ପର୍କରେ ପୁଲିସ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଖବର ପାଇ ପୁଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଦିଲ୍ଲୀ ପୁଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ ଦଳ ଘଟଣାସ୍ଥଳରେ ନିୟୋଜିତ ଅଛନ୍ତି। ଦୁର୍ଘଟଣାର ଯାଞ୍ଚ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ