Wednesday, July 1, 2026
24.8 C
Odisha

    ଭୂକମ୍ପ ଝଟକାରେ ଥରିଲା ହିମାଚଳ ପ୍ରଦେଶ

    ଆଗକୁ ପଢନ୍ତୁ

    ହିମାଚଳ ପ୍ରଦେଶ ଚମ୍ବାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୪.୦ ରହିଛି । ଯାହାର କେନ୍ଦ୍ରସ୍ଥଳ ୨୦ କିଲୋମିଟର ଗଭୀରତାରେ ରହିଥିବା ସୂଚନା ମିଳିଛି । ଆଜି ଭୋର ୪.୩୯ରେ ଭୂକମ୍ପ ଅନୁଭୂତ ହୋଇଛି । ଏହା ସହିତ ସେହି ସମୟରେ ମଧ୍ୟ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୩.୭ ରହିଥିବା ଜଣାପଡିଛି । ବାରମ୍ବାର ଭୂକମ୍ପ ହେବାରୁ ପ୍ରଶାସନର ଚିନ୍ତାକୁ ବଢାଇ ଦେଇଛି ।

    ନିକଟରେ ସୋମବାର ରାତି ୯.୨୮ ରେ ହିମାଚଳ ପ୍ରଦେଶର କାଙ୍ଗଡା ଜିଲ୍ଲାରେ ଭଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୯ ରହିଥିଲା । ଯାହାର କେନ୍ଦ୍ରସ୍ଥଳ ୧୦କିଲୋମିଟର ଗଭୀରତାରେ ଥିଲା । ଏହାରି ମଧ୍ୟରେ ପାଣିପାଗ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଏହାର ଅକ୍ଷାଂଶ ୩୨.୨୩ ଉତ୍ତର ଏବଂ ଦ୍ରାଘିମା ୭୬.୩୮ ପୂର୍ବରେ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.8 ° C
    24.8 °
    24.8 °
    93 %
    0.8kmh
    100 %
    Wed
    26 °
    Thu
    31 °
    Fri
    31 °
    Sat
    32 °
    Sun
    31 °

    ସମ୍ବନ୍ଧିତ