Sunday, October 25, 2026
26.8 C
Odisha

    ଭୂମିକମ୍ପରେ ଥରିଲା ଜାପାନ, ଭୂକମ୍ପର ତୀବ୍ରତା ୬.୫

    ଆଗକୁ ପଢନ୍ତୁ

    ଜାପାନ : ଜାପାନରେ ପୁଣି ଜୋରଦାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୫ ରେକର୍ଡ କରାଯାଇଛି । ଜାପାନର ବୋନିନ୍ ଦ୍ୱୀପ ଶନିବାର ରାତିରେ ଥରିଛି । ଭୂକମ୍ପ ଝଟକା ଯୋଗୁଁ ଲୋକମାନେ ଭୟଭୀତ ହୋଇଛନ୍ତି । କିନ୍ତୁ ଭୂକମ୍ପରେ ଏଯାଏଁ କିଛି କ୍ଷୟକ୍ଷତି ସାମ୍ନାକୁ ଆସିନାହିଁ । ପ୍ରଶାସନ ପକ୍ଷରୁ ସୁନାମୀ ପାଇଁ କୌଣସି ପ୍ରକାରର ଚେତାବନୀ ଜାରି କରାଯାଇନାହିଁ ।

    ରିପୋର୍ଟ ଅନୁସାରେ, ଭାରତୀୟ ସମୟ ଅନୁସାରେ ଶନିବାର ରାତିରେ ବୋନିନ ଦ୍ୱୀପରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ୪୯୨ କିମି ଗଭୀର ରହିଥିଲା । କଛି ଦିନ ପୂର୍ବରୁ ଜାପାନରେ ଆଉ ଏକ ଭୂମିକମ୍ପ ହୋଇଥିଲା । ତେବେ ଶନିବାର ଭୂମିକମ୍ପରେ ଭୟର ମାହୋଲ ଖେଳି ଯାଇଛି । ତେବେ ଏଥିରେ କଣ କ୍ଷୟକ୍ଷତି ହୋଇଛି ସେନେଇ କିଛି ତଥ୍ୟ ମିଳିନାହିଁ ।

    ଏହା ପୂର୍ବରୁ ଶନିବାର ବାନୁଆତୁ ଦ୍ୱୀପରେ ବଡ ଧରଣର ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀର୍ବଚା ୭.୧ ରହିଥିଲା । ସକାଳ ୮ଟା ୧ ମିନିଟରେ ଏହି ଦ୍ୱୀପ ହଠାତ ଥରି ଉଠିଥିଲା । ଗୁରୁବାର ରାତିରେ ତିବ୍ଦତରେ ୭.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଥିରେ ୧୬ ଜଣ ଲୋକଙ୍କ ଜୀବନ ଚାଲିଯାଥିଲା । ଭୂକମ୍ପ ଝଟକା ପରେ ୧୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଥିଲା । ଭୂକମ୍ପ ଯୋଗୁଁ ୩୩୦ରୁ ଅଧିକ ଘର କ୍ଷତି ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    45 %
    1.9kmh
    2 %
    Sun
    28 °
    Mon
    28 °
    Tue
    30 °
    Wed
    28 °
    Thu
    24 °

    ସମ୍ବନ୍ଧିତ