Wednesday, April 1, 2026
35.5 C
Odisha

    ଭୋକିଲାଙ୍କ ପାଇଁ ଭଗବାନ: ପ୍ରକୃତିର ପାହାର, ମଣିଷ ମୁହଁରେ ଆହାର… ଭୂକମ୍ପ ପୀଡିତଙ୍କୁ ମାଗଣା ଖାଦ୍ୟ

    ଆଗକୁ ପଢନ୍ତୁ

    ବ୍ୟାଙ୍କକ: ପ୍ରଳୟଙ୍କାରୀ ଭୂକମ୍ପରେ ଥାଇଲାଣ୍ଡ ଥରିଯିବା ପରେ ଏବେ ସବୁଠି ହାହାକାର ପରିସ୍ଥିତି । ମୃତ୍ୟୁ କବଳରୁ ଜୀବନ ବଞ୍ଚାଇବା ପାଇଁ ମଣିଷଙ୍କୁ ଯେତିକି ସଂଘର୍ଷ କରିବାକୁ ପଡୁଛି ସେତିକି ଖାଦ୍ୟ ଗଣ୍ଡେ ପାଇଁ କରିବାକୁ ପଡୁଛି । ଘର ଭାଙ୍ଗି ଯାଇଛି, ଦୋକାନ ଭାଙ୍ଗିଯାଇଛି, ମଲ, ହୋଟେଲ ସବୁ ଭୁଶୁଡି ପଡିଛି ଆଉ ଏମିତି ସ୍ଥିତିରେ କେଉଁଠୁ ମିଳିବ ଖାଦ୍ୟ । ଖାଇବା ପିଇବା ପାଇଁ ଭୂକମ୍ପ ପୀଡିତ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଥାଇଲାଣ୍ଡର କିଛି ସହୃଦୟ ବ୍ୟକ୍ତି ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅସମୟରେ ହାତ ବଢାଇଛନ୍ତି ।ବ୍ୟାଙ୍କକରେ ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସହ ରିଲିଫ ବଣ୍ଟା ଯାଉଛି । ରାସ୍ତା କଡରେ କ୍ୟାମ୍ପ କରି ରନ୍ଧା ଖାଦ୍ୟ ଲୋକଙ୍କୁ ଦିଆଯାଉଛି । ଆଉ ଭୂକମ୍ପ ପୀଡିତମାନେ ବି ଖୁସିରେ ସେସବୁ ଗ୍ରହଣ କରି ମୁଣ୍ଡିଆ ମାରିପକାଉଛନ୍ତି ।

    ଖାଲି ଥାଇଲାଣ୍ଡ ନୁହେଁ ମ୍ୟାମାରେ ବି କିଛି ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ହସ୍ପିଟାଲ ସାମ୍ନାରେ ଖାଦ୍ୟ ବଣ୍ଟା ବ୍ୟବସ୍ଥା କରାଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ବାହାରେ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ଏହାକୁ ଆଖି ଆଗରେ ରଖି ଖାଦ୍ୟର ବ୍ୟବସ୍ଥା କରାଯାଇଛି ।ସେପଟେ ଖାଲି ସ୍ବେଚ୍ଛାସେବୀ ସଂଗଠନ ନୁହେଁ ମ୍ୟାମାର ଏବଂ ଥାଇଲାଣ୍ଡକୁ ବିଭିନ୍ନ ବଡ ବଡ ଦେଶ ମଧ୍ୟ ସହଯୋଗର ହାତ ବଢାଇଛି ଏବଂ ଆଗକୁ ସହାୟତାର ପ୍ରତିଶ୍ରୁତି ଦେଇଛି । ଭାରତ ଅପରେସନ ବ୍ରହ୍ମା ଜରିଆରେ ମ୍ୟାମାରକୁ ରିଲିଫ ସହାୟତା ପଠାଇଥିବା ବେଳେ ଆମେରିକା ସାହାଯ୍ୟ କରିବାକୁ କଥା ଦେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ