Wednesday, September 3, 2025
24.6 C
Odisha

    ମକା ଗୁଣ୍ଡରୁ ପ୍ରସ୍ତୁତ ହେଉଛି କ୍ୟାରିବ୍ୟାଗ, ଉପାନ୍ତ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କଲେ ଶିକ୍ଷିତା ଯୁବତୀ

    ଆଗକୁ ପଢନ୍ତୁ

    ଉମରକୋଟ  :   ମହିଳା ଯୁବ ଉଦ୍ୟୋଗୀଙ୍କ ନିଆରା ପ୍ରଚେଷ୍ଟା । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟକୁ କରାଉଛନ୍ତି ସ୍ୱାବଲମ୍ବୀ । ଉପାନ୍ତ ଅଞ୍ଚଳରେ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟକୁ କର୍ମ ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ଉଚ୍ଚ ଶିକ୍ଷିତା ଯୁବତୀ । ପଲିଥିନ ମୁକ୍ତ ପାଇଁ ଯେଉଁ ବାର୍ତ୍ତା ସରକାର ଦେଉଛନ୍ତି ତାକୁ ସାକାର କରିବା ପାଇଁ ଏକ ପ୍ରୟାସ ମାତ୍ର କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳର ଡାଙ୍ଗରୀଗୁଡାଠାରେ ବାୟୋ ଡିଗ୍ରେଡବଲ କ୍ୟାରୀବ୍ୟାଗ ଉତ୍ପାଦନ ୟୁନିଟ ଆରମ୍ଭ କରିଛନ୍ତି ରିତୁ ମହନ୍ତ । କୃଷିବିଜ୍ଞାନରେ ସ୍ନାତକ ହାସଲ କରିବା ପରେ ମଧ୍ୟ ଚାକିରୀ ପଛରେ ନଦୌଡ଼ି ନିଜେ କିଛି କରିବା ପାଇଁ ଏକ ପ୍ରଚେଷ୍ଟା କରିଥିଲେ ଏବଂ ବାପାଙ୍କ ପ୍ରେରଣାରେ ପ୍ରେରିତ ହୋଇ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ପ୍ଲାଷ୍ଟିକ ମୁକ୍ତ କ୍ୟାରିବ୍ୟାଗ ପ୍ରସ୍ତୁତ କରୁଛନ୍ତି ।

    ରିତୁ ଆରମ୍ଭ କରିଥିବା ଏହି ପ୍ଲାଣ୍ଟରେ କୌଣସି ଧୁଆଁ ବାହାରିବ ନାହି କିମ୍ବା କୌଣସି ଶବ୍ଦ ହେବନାହିଁ। ଏହି କ୍ୟାରିବ୍ୟାଗ ପ୍ରସ୍ତୁତ ପାଇଁ କଞ୍ଚାମାଲ ମକା ଗୁଣ୍ଡରୁ ପ୍ରସ୍ତୁତ ଓ ବର୍ତ୍ତମାନ ଏହା ଗୁଜୁରାଟରୁ ଆମଦାନୀ କରାଯାଉଛି । ଏହି ପ୍ଲାଣ୍ଟରୁ ପ୍ରସ୍ତୁତ କ୍ୟାରି ବ୍ୟାଗ ଜିରୋ ପରସେଣ୍ଟ ପ୍ଲାଷ୍ଟିକ । ଏହା ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ । ଏହା ମାଟିରେ ପଡ଼ିଲେ ୨ ରୁ ୩ ମାସ ମଧ୍ୟରେ ମିଶିଯାଏ ଓ ପାଣିରେ ପଡ଼ିଲେ ସଙ୍ଗେ ସଙ୍ଗେ ମିଳେଇଯାଏ । ଏହି ବ୍ୟାଗକୁ ଗାଈ, ଗୋରୁ କିମ୍ବା ଛେଳି ଖାଇଲେ ମଧ୍ୟ ତାଙ୍କ ଶରୀର କୁ କ୍ଷତି କରିବ ନାହିଁ ବୋଲି ରିତୁ ମହନ୍ତ ସୂଚନା ପ୍ରଦାନ କରିଛନ୍ତି । ଯଦି ଦୈନିକ ୮ ଘଣ୍ଟା ପ୍ଲାଣ୍ଟ ଚାଲେ ପ୍ରତିଦିନ ୨ ରୁ ୩ କ୍ଵିଣ୍ଟାଲ ଯାଏଁ କ୍ୟାରିବ୍ୟାଗ ଉତ୍ପାଦନ ହୋଇପାରିବ । ନବରଙ୍ଗପୁର ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିଛନ୍ତି । ଏହି ପ୍ରେରଣା ଅନ୍ୟ ବେକାର ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇବ ଏବଂ ପ୍ଲାଷ୍ଟିକ ମୁକ୍ତ ହୋଇଥିବାରୁ ବିଭିନ୍ନ ସରକାରୀ ଅନୁଷ୍ଠାନ ଗୁଡିକରେ ବ୍ୟବହାର ପାଇଁ ପ୍ରେରିତ କରିବା ସହ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରିବୁ ବୋଲି କହିଛନ୍ତି ଜିଲ୍ଲାପାଳ ।

    ବର୍ତ୍ତମାନ ଏହି ପ୍ଲାଣ୍ଟରେ ପାଉଚ ଠାରୁ ଆରମ୍ଭ କରି ୨୫ କେଜିଆ ବ୍ୟାଗ ଉତ୍ପାଦନ କରାଯାଉଛି । ରିତୁ ଏହି ପ୍ଲାଣ୍ଟ ମାଧ୍ୟମରେ ବର୍ତ୍ତମାନ ୧୦ ଜଣଙ୍କୁ ରୋଜଗାର ଦେଇସାରିଲେଣି । ସେଥି ମଧ୍ୟରୁ ୫ଜଣ ମହିଳା କର୍ମଚାରୀ ରହିଛନ୍ତି । ଉଚ୍ଚଶିକ୍ଷା ଲାଭପରେ ମଧ୍ୟ ଚାକିରି ପଛରେ ନଗୋଡ଼େଇ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ସ୍ୱାବଲମ୍ବୀ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    0.5kmh
    99 %
    Wed
    26 °
    Thu
    28 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ