Wednesday, October 7, 2026
27.2 C
Odisha

    ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍‌ ଓ କଲେଜ ଛୁଟି, ସରକାରୀ କାର୍ଯ୍ୟାଳୟ ଦିନ ୨ଟା ପର୍ଯ୍ୟନ୍ତ ଛୁଟି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତା ୧୭ ତାରିଖ ମଙ୍ଗଳବାର ଭୁବନେଶ୍ୱରରେ ସ୍କୁଲ୍‌ ଓ କଲେଜ ଛୁଟି ରହିବ। ଏଥି ସହିତ ସରକାରୀ କାର୍ଯ୍ୟାଳୟ ଗୁଡିକ ମଙ୍ଗଳବାର ପ୍ରଥମାର୍ଦ୍ଧ ଅର୍ଥାତ ସକାଳୁ ଦିନ ୨ଟା ପର୍ଯ୍ୟନ୍ତ ଛୁଟି ରହିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।
    ସେପ୍ଟେମ୍ୱର ୧୭ ତାରିଖ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଭୁବନେଶ୍ୱରରେ ବିପୁଳ ଜନ ସମାଗମ ହେବ। ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ସମସ୍ତ ସ୍କୁଲ ଓ କଲେଜ ଗୁଡିକ ସେହିଦିନ ସମ୍ପୂର୍ଣ୍ଣ ଛୁଟି ଘୋଷଣା କରାଯାଇଛି। ଏଥି ସହିତ ସେହି ଦିନ ଦିନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅନ୍ତର୍ଗତ ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ ଏବଂ ମାଜିଷ୍ଟେରିଆଲ କୋର୍ଟ(କାର୍ଯ୍ୟନିର୍ବାହୀ)କୁ ଛୁଟି ଘୋଷଣା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ