Wednesday, October 7, 2026
31.4 C
Odisha

    ମଝି ଆକାଶରେ କ୍ରୁ ସଦସ୍ୟଙ୍କୁ ହତ୍ୟା ଧମକ: ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବାକୁ ଚେଷ୍ଟା କରିବା ଯାତ୍ରୀଙ୍କୁ ମହଙ୍ଗା ପଡ଼ିଲା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ଜଣେ ଯାତ୍ରୀ ହଠାତ୍ ଜରୁରୀକାଳୀନ ଦ୍ୱାର ଖୋଲିବା ସହିତ କ୍ରୁ ସଦସ୍ୟ ଓ ସହଯାତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବାର ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି।
    ସୂଚନାଯୋଗ୍ୟ, ଆମେରିକାର ଓମାହାରୁ ଡେଟ୍ରଏଟ୍ ଯାଉଥିବା ଡେଲ୍ଟା କନେକ୍ସନ୍ ଫ୍ଲାଇଟ୍ ନମ୍ବର ୩୬୧୨ରେ ଏହି ଘଟଣା ଘଟିଥିଲା। ବିମାନ ଭିତରେ ଯାତ୍ରୀଙ୍କ ଏଭଳି କାଣ୍ଡକୁ ଦେଖି ପାଇଲଟ ଅନ୍ୟ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗି କହିଥିଲେ, ‘ବିମାନରେ ବସିଥିବା ଜଣେ ଯାତ୍ରୀ ବଆମର ବିମାନ ପରିଚାରିକା ତଥା ଅନ୍ୟ ଯାତ୍ରୀଙ୍କ ସହ ଝଗଡ଼ା କରି ଜରୁରୀକାଳୀନ ଦ୍ବାରକୁ ଖୋଲିବାକୁ ଚେଷ୍ଟା କରୁଥିଲେ। ସୌଭାରଗ୍ୟବଶତଃ ଯାତ୍ରୀ ଜଣକ ଜରୁରୀକାଳୀନ ଦ୍ବାରକୁ ଖୋଲି ପାରି ନାହାନ୍ତି। କ୍ରୁ ସଦସ୍ୟମାନେ ତାଙ୍କୁ କାବୁ କରି ନେଇଛନ୍ତି।’ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଘଟଣା ବିଷୟରେ ସୂଚନା ପାଇବା ପରେ ବିମାନର ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ଦେଇଥିଲେ। ଫଳରେ ପାଇଲଟ ବିମାନକୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ।ବିମାନର ସୁରକ୍ଷିତ ଅବତରଣ ପରେ, ଘଟଣାରେ ସମ୍ପୃକ୍ତ ଥିବା୨୩ ବର୍ଷୀୟ ମାରିଓ ନିକ୍ପ୍ରେଲାଜଙ୍କୁ ପୁଲିସ ଗିରଫ କରି ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ