Thursday, October 22, 2026
23.3 C
Odisha

    ମଞ୍ଚ ଉପରେ ଟଳିପଡ଼ିଲେ ଅଭିନେତା ଦେବକାନ୍ତ ମିଶ୍ର

    ଆଗକୁ ପଢନ୍ତୁ

    ଜଗତସିଂହପୁର : ଏମିତି ବି ଆସେ ମୃତ୍ୟୁ । କିଏ ଜାଣିଥିଲା ଅଭିନୟ କରୁ କରୁ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯିବେ । ମଞ୍ଚରେ ଅଭିନୟ କରୁ ଥିବା ବେଳେ ଟଳିପଡ଼ିଲେ ଅଭିନେତା । ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମଞ୍ଚରେ ଅଭିନୟ ବେଳେ ଲୁହରେ ଭସାଇ ଆରପାରିକୁ ଚାଲିଗଲେ ଅଭିନେତା ଦେବକାନ୍ତ ମିଶ୍ର । ଜଗତସିଂହପୁର ସଦର ବ୍ଲକ ଦାସକୁଦରେ ଏହି ଦୁଃଖଦ ଘଟଣା ଘଟିଛି ।

    ବୃତ୍ତିରେ ଆଇନଜୀବୀ ଦେବକାନ୍ତ ମିଶ୍ର ‘ଆଖି ଅବୁଝାକୁ ଲୁହ ଅବୁଝା’ ନାଟକରେ ମାନଗୋବିନ୍ଦ ଚରିତ୍ରରେ ନିଖୁଣ ଅଭିନୟ କରୁଥିଲେ । ଦର୍ଶକମାନେ ନାଟକ ଭିତରେ ମଜି ଯାଇଥିଲେ । ହଠାତ୍ ମଞ୍ଚ ଉପରେ ଟଳିପଡ଼ିଥିଲେ ଅଭିନେତା ଦେବକାନ୍ତ ମିଶ୍ର । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    70 %
    0.6kmh
    0 %
    Thu
    30 °
    Fri
    29 °
    Sat
    29 °
    Sun
    26 °
    Mon
    26 °

    ସମ୍ବନ୍ଧିତ