Saturday, March 28, 2026
37.7 C
Odisha

    ମଣିପୁରରେ ପୁଣି ବ୍ୟାପିଲା ହିଂସା, ଜିରିବାମରେ ୫ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମଣିପୁରରେ ହିଂସା ଥମିବାର ନାଁ ନେଉନାହିଁ। ଗତ କିଛିମାସ ହେବ ମଣିପୁର ହିଂସାର ନିଆଁରେ ଜଳିବାରେ ଲାଗିଛି। ଏବେ ଜିରିବାମରେ ହୋଇଥିବା ହିଂସାରେ ୫ ଜଣଙ୍କ ମୃତ୍ୟୁହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଜିରିବାମରେ ଶନିବାର ହୋଇଥିବା ହିଂସା ଏତେ ଉଗ୍ରରୂପ ନେଇଥିଲା ଯେ ଏଥିରେ ୫ ଜଣଙ୍କ ଜୀବନ ଯାଇଥିଲା। ଦୁଇଟି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଏହି ହିଂସାରେ ୫ ଜଣଙ୍କ ମୃତ୍ୟୁହୋଇଛି। ସଶସ୍ତ୍ର ପୁରୁଷମାନେ କୁକି ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ ଏବଂ ଏହାର ପ୍ରତିଶୋଧ ନେବାପରେ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଜିରିବାମ ଜିଲାର ସେରୌ, ମୋଲଜୋଲ, ରସିଦପୁର ଏବଂ ନଙ୍ଗଚାପି ଗ୍ରାମରେ ହିଂସାକାଣ୍ଡ ବ୍ୟାପିଛି। ଶନିବାର ସକାଳ ୧୦ଟା ପର୍ଯ୍ୟନ୍ତ ରହି ରହି ଗୁଳି ବିନିମୟ ଜାରି ରହିଥିଲା। ଏହି ଅଞ୍ଚଳରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଜିରିବାମ ଜିଲା ସଶସ୍ତ୍ର ଶତ୍ରୁତାର ଏକ ନୂତନ କ୍ଷେତ୍ର ପାଲଟିଛି ବୋଲି କୁହାଯାଉଛି ଯେ ଜିରିବାମ ଜିଲାର ଅଣ-ଆଦିବାସୀ ମୌତେଇ ଏବଂ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ବିବାଦ ଦିନକୁ ଦିନ ବୃଦ୍ଧି ପାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ