Saturday, March 28, 2026
37.7 C
Odisha

    ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ

    ଆଗକୁ ପଢନ୍ତୁ

    ଇମ୍ଫାଲ : ରାଷ୍ଟ୍ରୀୟ ହିଂସା ଦେଇ ଗତି କରୁଥିବା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି। କିଛି ଦିନ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବିରେନ୍‌ ସିଂ ଇସ୍ତଫା ଦେଇଥିଲେ। ମଣିପୁରରେ ମେଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲୁଥିବା ସଂଘର୍ଷରେ ୨୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ବିରୋଧୀ ଦଳ ଲଗାତାର ଭାବେ ରାଷ୍ଟ୍ରପତି ଶାସନ ଲଗାଯାଉ ବୋଲି ଦାବି କରିଆସୁଥିଲେ।ତେବେ ପ୍ରଥମ ଥର ଲାଗି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ନାହିଁ। ଅତୀତରେ ଏଭଳି ଅନେକ ଥର ହୋଇଛି। କୌଣସି ରାଜ୍ୟ ନଚେତ କେନ୍ଦ୍ର ଶାସିତ ଅଞ୍ଚଳରେ ସମ୍ବିଧାନର ୩୫୬ ଅନୁଚ୍ଛେଦ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲଗାଯାଇଥାଏ। ଜରୁରୀକାଳିନ ପରିସ୍ଥିତିରେ ଏହାକୁ ଲଗାଯିବାର ନଜିର ରହିଛି। ୧୯୫୦ରେ ଅନୁଚ୍ଛେଦ ୩୫୬ ସାମିଲ ହେବା ପରଠାରୁ ମଣିପୁର ଏବଂ ଉତ୍ତରପ୍ରଦେଶରେ ଅଧିକ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି।

    ଲୋକସଭା ସଚିବାଳୟ ପକ୍ଷରୁ ଜାରି ସୂଚନାନୁଯାୟୀ, ମଣିପୁର ଏବଂ ଉତ୍ତରପ୍ରଦେଶରେ ୧୦-୧୦ ଥର ଏହା ଲଗାଯାଇଥିବା ବେଳେ ପଞ୍ଜାବ ଏବଂ ଜମ୍ମୁ କଶ୍ମୀରରେ ୯-୯ ଥର ଲଗାଯାଇଛି। ମୋଟ ଦେଖିଲେ ୧୯୫୦ରୁ ଏଯାବତ ୨୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୩୪ ଥର ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।୧୯୭୭ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନେତୃତ୍ୱାଧୀନ ସରକାର ସମୟରେ ଜରୁରୀକାଳିନ ପରିସ୍ଥିତିର ଅବଧି ସମୟରେ ୧୪ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା। ଲୋକ ସଭା ନିର୍ବାଚନରେ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ୯ ରାଜ୍ୟରେ ସରକାର ଭଙ୍ଗ କରିଥିଲା। ଏହାପରେ ୧୯୮୦ରେ ଯେତେବେଳେ ଇନ୍ଦିରା ପୁଣି ଥରେ କ୍ଷମତାକୁ ଫେରିଲେ ସେ ମଧ୍ୟ ଉକ୍ତ ୯ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗାରୁଜା ପରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣା ଯୋଗୁ ୬ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।ମୋଟାମୋଟି ଦେଖିଲେ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଦୀର୍ଘ ସମୟ ଧରି ରାଷ୍ଟ୍ରପତି ଶାସନ ଲାଗୁ ରହିଛି। ଜମ୍ମୁରେ ୪୬୬୮ ଦିନ(୧୨ ବର୍ଷ ୯ ମାସ) ଏବଂ ପଞ୍ଜାବରେ ୩୮୭୮ ଦିନ(୧୦ ବର୍ଷ ୭ ମାସ) ଯାଏ ଏହା ରହିଥିଲା। ଉଭୟ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ରାଷ୍ଟ୍ରପତି ଶାସନ ଲଗାଯାଇଥିଲା।ତେବେ ୧୯୫୦ରୁ ଏଯାବତ କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ ୮୮ ଥର ରାଷ୍ଟ୍ରପତି ଶାସନ ଲଗାଯାଇଛି। ଏହାର ମୋଟ ଅବଧି ୨୨,୦୩୭ ଦିନ ଥିଲା। ସେହିଭଳି ଭାଜପା ନେତୃତ୍ୱାଧୀନ ସରକାର ୧୬ ବର୍ଷର ଶାସନକାଳରେ ୧୬ ଥର ରାଷ୍ଟ୍ରପତି ଶାସନ ଲଗାଇଥିଲା।

    ଇନ୍ଦିରାଙ୍କ ସମୟରେ ୫୧ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା। ଜବାହାରଲାଲ ନେହେରୁଙ୍କ ସମୟରେ ୭ ଥର, ଜନତା ପାର୍ଟି ସରକାର ସମୟରେ ପାଞ୍ଚ ପାଞ୍ଚ ଥର,ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ମଧ୍ୟ ୫ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ