Wednesday, October 7, 2026
27.2 C
Odisha

    ଦୀପାବଳିର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଭାଇଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ। ଜ୍ଞାନର ଆଲୋକ ଅଜ୍ଞାନର ଅନ୍ଧକାରରୁ ମଣିଷକୁ ଉଦ୍ଧାର କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଲୋକର ପର୍ବ ପବିତ୍ର ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ରାଜ୍ୟର ଭାଇ-ଭଉଣୀମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଉଛି। ଦୀପାବଳି ହେଉଛି ଆଲୋକ ଓ ଆନନ୍ଦର ପର୍ବ ବୋଲି କହିଛନ୍ତି। ଆଶା, ବିଶ୍ବାସ ଓ ଦୃଢ଼ ପ୍ରତିବଦ୍ଧତାର ପର୍ବ ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜ୍ଞାନର ଆଲୋକ ମଣିଷକୁ ଅଜ୍ଞାନର ଅନ୍ଧକାରରୁ ଉଦ୍ଧାର କରିଥାଏ। ନୂଆ ଆଶା, ନୂଆ ସ୍ବପ୍ନ ଓ ନୂଆ ଲକ୍ଷ୍ୟ ସହିତ ସୁନ୍ଦର ଓ ସମୃଦ୍ଧ ଭବିଷ୍ୟତକୁ ସ୍ବାଗତ କରିବା ପାଇଁ ଦୀପାବଳି ଉତ୍ସବ ଆମକୁ ପ୍ରେରଣା ଦେଇଥାଏ। ଅସତ୍ୟ ଓ ଅନ୍ୟାୟର ଅନ୍ଧାରକୁ ଭେଦି ସତ୍ୟ ଓ ନ୍ୟାୟର ଆଲୁଅ ଜୀବନରେ ପରିପ୍ରକାଶ କରିଥାଏ। ଏହା ଆଶା, ବିଶ୍ବାସ ଓ ଦୃଢ଼ ପ୍ରତିବଦ୍ଧତାର ପର୍ବ। ପ୍ରକୃତି ଓ ପରିବେଶକୁ ସମ୍ମାନ ଜଣାଇ ଚଳିତ ବର୍ଷ ଏକ ପ୍ରଦୂଷଣମୁକ୍ତ ସବୁଜ ଦୀପାବଳି ପାଳନ କରିବା। ଅହଂକାର ଓ ଦାନବୀୟ ପ୍ରକୃତିର ଅମାଅନ୍ଧକାର ଭିତରୁ ଦୟା, କ୍ଷମା, ପ୍ରେମ ଓ ମାନବିକତାକୁ ଆଲୁଅ ଦେଖାଇବା।

    ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବି ଶୁଭେଚ୍ଛା ଜଣାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ