Saturday, April 11, 2026
30.4 C
Odisha

    ମଣିଷର ଏହି ଚାରୋଟି ଭୋକ କେବେ ମେଣ୍ଟି ନଥାଏ

    ଆଗକୁ ପଢନ୍ତୁ

    ମନୁଷ୍ୟ ଏହି ଚାରୋଟି ଭୋକରେ କେବେବି ସନ୍ତୁଷ୍ଟ ହୋଇ ନଥାଏ। ତାହା ହେଉଛି ଧନ, ଜୀବନ, ବାସ୍ନା ଓ ଭୋଜନ। ସବୁ ହେଉଛି ଈଶ୍ବରଙ୍କ ସୃଷ୍ଟି।ମନୁଷ୍ୟ ଏହି ପୃଥିବୀକୁ ଆସିଛି କର୍ମ କରିବା ପାଇଁ ଏବଂ କର୍ମ ସରିଗଲା ପରେ ସମସ୍ତେ ନିଜ ସ୍ଥାନକୁ ଫେରି ଯାଇଥାନ୍ତି। ଈଶ୍ବରଙ୍କ ଉପରେ ସର୍ବଦା ଭରସା ରଖିବା ଉଚିତ। କାରଣ ଈଶ୍ୱର ଆମକୁ ନିଶ୍ଚିତ ଭାବରେ ମାର୍ଗ ଦେଖେଇବେ। ପ୍ରତ୍ୟେକ ପାହାଡ଼ ମଧ୍ୟରେ ହୀରା ନଥାଏ। ପ୍ରତ୍ୟେକ ସ୍ଥାନରେ ଭଲ ମଣିଷ ମିଳନ୍ତି ନାହିଁ। ପ୍ରତ୍ୟେକ ସ୍ଥାନରେ ଚନ୍ଦନ ମିଳି ନଥାଏ। କୌଣସି ଚମକୁ ଥିବା ବସ୍ତୁ ହୀରା ହୋଇ ନଥାଏ।ସଙ୍କଟ ସମୟରେ ସ୍ବାମୀ, ଭାଇବନ୍ଧୁ, ସମ୍ପର୍କୀୟଙ୍କୁ ପରୀକ୍ଷା କରିବା ପାଇଁ ସମୟ ଆସିଥାଏ। କୌଣସି କାର୍ଯ୍ୟ କରିବା ସମୟରେ ଧ୍ୟାନ ପୂର୍ବକ କାର୍ଯ୍ୟ କରିବା ଉଚିତ। ବାଗ ଠାରୁ ଶିକ୍ଷା କରିବା ଉଚିତ ଯେ କିପରି ମନକୁ ସ୍ଥିର ରଖିବା ଆବଶ୍ୟକ ଏବଂ ସଠିକ ସମୟରେ ଉଠିବା ଉଚିତ। ଅଳ୍ପରେ ସନ୍ତୁଷ୍ଟ ହେବା କୁକୁଡ଼ା ପାଖରୁ ଶିକ୍ଷା କରିବା ଉଚିତ। ମାଲିକ ପ୍ରତି ବିଶ୍ଵସ୍ତ ହେବା ଏବଂ ନିଦରେ ଶୋଇ ମଧ୍ୟ ଚେଇଁ ରହିବାକୁ କୁକୁର ପାଖରୁ ଶିକ୍ଷା କରିବା ଆବଶ୍ୟକ।ଯେଉଁ ବ୍ୟକ୍ତି ସାମାନ୍ୟ କଥାରେ ଅନ୍ୟମାନଙ୍କ ସହିତ ବିବାଦ କରିଥାନ୍ତି ଏବଂ କଳି ଝଗଡା କରିଥାନ୍ତି, ସେମାନେ କେବେବି ସୁଖରେ ରହନ୍ତି ନାହିଁ। କେବେବି ଭୁଲିବା ଉଚିତ୍ ନୁହେଁ କି ଜୀବନ ଅସ୍ଥାୟୀ ଅଟେ, ତେଣୁ ଜୀବନରେ ପ୍ରତ୍ୟେକ ସମୟରେ କୌଣଷି ଭଲ କାର୍ଯ୍ୟ ବା ଭଲ ଚିନ୍ତାରେ ବିତାଇବା ଆବଶ୍ୟକ। ଆମେ ଆତ୍ମାକୁ ଦେଖିପାରୁନାହିଁ, ଆତ୍ମାକୁ କେବଳ ବିଚାର କରିହୁଏ।

    କୁହାଯାଏ କି, ଖରାପ ଚିନ୍ତାଧାରା ରଖୁଥିବା ବା ନକାରାତ୍ମକ ବାତାବରଣ ସୃଷ୍ଟି କରୁଥିବା ଲୋକଙ୍କ ଠାରୁ ସର୍ବଦା ଦୂରେଇ ରହିବା ଉଚିତ। କାରଣ ସାପ ଥରେ ଦଂଶନ କରିଥାଏ, କିନ୍ତୁ ଖରାପ ପ୍ରବୃତ୍ତିର ଲୋକେ ସବୁ ସମୟରେ ଅନ୍ୟମାନଙ୍କ ବିରୁଦ୍ଧରେ ଜପ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ପୁରୁଷ ମାନଙ୍କ ତୁଳନାରେ ସ୍ତ୍ରୀ ମାନେ ଅଧିକ ଭୋଜନ ଗ୍ରହଣ କରି ଥାଆନ୍ତି। ଏହାସହିତ ସ୍ତ୍ରୀ ମାନେ ଅଧିକ ଆତ୍ମବିଶ୍ବାସୀ, ସ୍ନେହୀ ଓ ସାହସୀ ହୋଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ