Thursday, September 19, 2024
25.2 C
Odisha

    ମଦ ପିଇବା ପରେ ମସ୍ତିଷ୍କ ସହ କଣ ହୋଇଥାଏ ?

    ଆଗକୁ ପଢନ୍ତୁ

    ଅତ୍ୟାଧିକ ମାତ୍ରାରେ ମଦ୍ୟପାନ କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ହାର୍ଟ ଫେଲୁଅର ଅଫ୍ ଦି ୟୁରୋପିୟନ୍ ସୋସାଇଟି ଆଫ୍ କାର୍ଡିଓଲୋଜିର ଏକ ରିପୋର୍ଟ ଅନୁଯାୟୀ ମଦ୍ୟପାନ କରିବା ଦ୍ୱାରା ବ୍ୟକ୍ତିର ହୃଦୟ,ମସ୍ତିଷ୍କ ସହ ଅନ୍ୟାନ୍ୟ ଅଂଗ ଉପରେ ଗଭୀର ପ୍ରଭାବ ପକାଇଥାଏ ।

    ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଶରୀରର ନୁ୍ୟରନ୍ସ(ସ୍ନାୟୁ) ଆକାରରେ ପରିବର୍ତ୍ତନ ଦେଖାଦେଇଥାଏ । ମଦ୍ୟପାନ କରିବା ବୟସ୍କଙ୍କ ମସ୍ତିଷ୍କ ଅପେକ୍ଷା ଯୁବକଙ୍କ ମସ୍ତିଷ୍କ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇଥାଏ । କିଶୋରାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ମସ୍ତିଷ୍କର ବିକାଶ ବାଧାପ୍ରାପ୍ତ ହୋଇଥାଏ । ଫଳରେ ମସ୍ତିଷ୍କର କାର୍ଯ୍ୟକ୍ଷମତାକୁ ହ୍ରାସ କରିଥାଏ । ଯୁବାବସ୍ଥାରେ ମଦ୍ୟପାନ କରିବା ଦ୍ୱାରା ବ୍ଲାକଆଉଟ୍ ଅର୍ଥାତ ସ୍ମରଣଶକ୍ତି ସହ ଜଡ଼ିତ ସମସ୍ୟା ଦେଖାଦେଇପାରେ । ପରବର୍ତ୍ତୀ ସମୟରେ ମସ୍ତିଷ୍କ ଏହାର ନିୟନ୍ତ୍ରଣ ବି ହରାଇଥାଏ ।

    ଏହା ବ୍ୟତୀତ ଆଲକୋହଲିକ୍ ହେପାଟାଇଟିସ୍ ସମସ୍ୟା ଦେଖାଦେଇଥାଏ । ଏଭଳି ସ୍ଥିତିରେ ବ୍ୟକ୍ତି ଯକୃତ ଓ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଜ୍ୱର, ବାନ୍ତି, ଜଣ୍ଡିସ୍ ଭଳି ସମସ୍ୟା ଦେଖାଦେଇଥାଏ । ଆଲକୋହଲିକ ଫ୍ୟାଟି ଲିଭର ଏପରି ଏକ ମେଡିକାଲ କଣ୍ଡିସନ୍ ଯେଉଁଥିରେ ଯକୃତରେ ଫ୍ୟାଟ୍ ମାତ୍ରା ଅଧିକ ରହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ