Wednesday, October 7, 2026
27.2 C
Odisha

    ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ହେଉଛି ମହାଯୁଦ୍ଧ। ତେହେରାନ ଉପରେ ବର୍ଷୁଛି ମିସାଇଲ। ତେହେରାନର ତୈଳ ଡିପୋ ହୁହୁ ହୋଇ ଜଳୁଛି। ଇସ୍ରାଏଲର ମିସାଇଲ ମାଡ଼ରେ ଜଳୁଛି ତୈଳ ଡିପୋ । ଇରାନ ଉପରେ ଆମେରିକାର ସାମରିକ ଏବଂ କୂଟନୈତିକ ଚାପ ବଢ଼ି ଚାଲିଛି । ଧ୍ବଂସ ହେଉଛି ଇରାନର ସାମରିକ ଶକ୍ତି । ଛାରଖାର ହେଉଛି ନୌସେନା । ନବମ ଦିନରେ ପହଞ୍ଚିଛି ଯୁଦ୍ଧ । ଘମାଘୋଟ ହେଉଛି ଆକ୍ରମଣ ପ୍ରତିଆକ୍ରମଣ । ଇରାନର ୪୪ଟି ଯୁଦ୍ଧ ଜାହାଜ ଧ୍ବଂସ ହୋଇଥିବା ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇରାନ ଏୟାରଫୋର୍ସର ସମସ୍ତ ପ୍ଲେନ୍ ଏବଂ ପ୍ରାୟ ଅଧିକାଂଶ ମିସାଇଲକୁ ନଷ୍ଟ କରି ଦିଆଯାଇଥିବା ଦାବି କରିଛନ୍ତି ଟ୍ରମ୍ପ । ମିସାଇଲ କାରଖାନା ଉପରେ ମଧ୍ୟ ଭୟାନକ ମିସାଇଲ ମାଡ଼ ହୋଇଥିବା କହିଛନ୍ତି ଟ୍ରମ୍ପ । ଇରାନର ଡ୍ରୋନ୍ କ୍ଷମତା ମଧ୍ୟ ମାଟିରେ ମିଶି ଗଲାଣି । ଆକ୍ରମଣ ଆହୁରି ଜୋରଦାର ହେବ ବୋଲି ଟ୍ରମ୍ପ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.2 ° C
    27.2 °
    27.2 °
    82 %
    0.6kmh
    37 %
    Wed
    25 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ