Saturday, March 21, 2026
32.6 C
Odisha

    ମଧ୍ୟାହ୍ନ ଭୋଜନରେ ନାହିଁ ଡାଲି କି ଅଣ୍ଡା: ଶିକ୍ଷୟିତ୍ରୀ କହୁଛନ୍ତି ଲଙ୍କା, ଲୁଣ ଲଗେଇ ଖା !

    ଆଗକୁ ପଢନ୍ତୁ

    ମଧ୍ୟାହ୍ନ ଭୋଜନ ରେ ପିଲାଙ୍କୁ ମିଳୁନି ଅଣ୍ଡା କି ଡାଲି। ଯାଜପୁର ଜିଲା ଦାନଗଦି ବ୍ଲକ ଟୋଲକାନି ଝାଡଶ୍ୱର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଖାଲି ଭାତ ଖାଇବାକୁ ଦିଆଯାଉଛି।
    ଶୁକ୍ରବାର ମଧ୍ୟାହ୍ନ ଭୋଜନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନଙ୍କୁ କେବଳ ଭାତ ଖାଇବାକୁ ଦିଆଯାଇଥିଲା। ପିଲାମାନେ ତରକାରି ମାଗିବାରୁ ଲୁଣ ଲଙ୍କା ଲଗେଇ ଖାଇବାକୁ ଜଣେ ଶିକ୍ଷୟିତ୍ରୀ କହିଥିବା ପିଲାମାନେ ଅଭିଯୋଗ କରିଛନ୍ତି। ସୂଚନା ମୁତବକ ଦୀର୍ଘ ଦୁଇବର୍ଷ ହେବ ଏଭଳି ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କେତେବେଳେ ବିସ୍କୁଟତ କେତେବେଳେ ମଧ୍ୟାହ୍ନ ଭୋଜନ ରୁ ଅଣ୍ଡା ଗାଏବ। ଆଜି ପିଲା ମାନଙ୍କୁ ଖାଲି ଭାତ ଖାଇବାକୁ ଦିଆଯିବାକୁ ନେଇ ଅସନ୍ତୋଷ ଦେଖାଦେଇଥିଲା। ଏମିତି ପିଲାଙ୍କୁ ବିଭିନ୍ନ ସମୟରେ ଉପାସ ରହିବାକୁ ପଡୁଛି। ସେପଟେ ପ୍ରଧାନ ଶିକ୍ଷକ ମନ ଇଚ୍ଛା ସ୍କୁଲ ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ସମସ୍ୟା ଶୀଘ୍ର ସମାଧାନ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି ବିଦ୍ୟାଳୟର ଛାତ୍ରୀଛାତ୍ର ଓ ଅବିଭାବକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.6 ° C
    32.6 °
    32.6 °
    30 %
    0.6kmh
    7 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    38 °

    ସମ୍ବନ୍ଧିତ