Sunday, October 4, 2026
28.6 C
Odisha

    ମମତାଙ୍କୁ କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ରାଜନୀତିକରଣ କରି ବିଜେପି ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜନୈତିକ ଫାଇଦା ଉଦେଶ୍ୟରେ ବିଜେପି ଏପରି କରୁଥିବା କହି ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧମକ ଦେଇଛନ୍ତି ଯେ, ”ଏପରି ହେଲେ ସେ, ଉତ୍ତର-ପୂର୍ବ ରାଜ୍ୟ, ଆସାମ, ଉତ୍ତରପ୍ରଦେଶ କିମ୍ବା ଓଡ଼ିଶାକୁ ମଧ୍ୟ ଛାଡ଼ିବେ ନାହିଁ। ଏପରିକି ଦିଲ୍ଲୀ ମଧ୍ୟ ବାଦ ପଡ଼ିବ ନାହିଁ … ସେ ତାଙ୍କର ଚେୟାର ଦୋହଲାଇ ଦେବେ।’ ତେବେ ମାମାତ ଓଡ଼ିଶା ପ୍ରତି ଏପରି ମନୋଭାବ ପ୍ରକାଶ କରିବା ପରେ ଏହାର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ”ଓଡ଼ିଶା ସମ୍ପର୍କରେ ଏଭଳି ଆପତ୍ତିଜନକ ଟିପ୍ପଣୀ ଦେବାପାଇଁ ଆପଣଙ୍କୁ ଏ ଅଧିକାର ଦେଲା କିଏ?

    ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ, ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଏବଂ ସଚେତନ। ଆମ ରାଜ୍ୟ ଓଡ଼ିଶା ପ୍ରତି ଆପଣଙ୍କର ଏଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ଏବଂ ସମ୍ବେଦନହୀନ ମନୋଭାବକୁ ଆମ ଓଡ଼ିଶାବାସୀ କେବେବି ଗ୍ରହଣ କରିବେ ନାହିଁ। ଜଘନ୍ୟ ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ, ପ୍ରତିଶୋଧ ପରାୟଣ ଭାବ ନେଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶପାଇଁ ବିପଦ ଜନକ। ଆପଣଙ୍କୁ ଅନୁରୋଧ, ଏଥିରୁ କ୍ଷାନ୍ତ ରୁହନ୍ତୁ। ଶାନ୍ତ ରହନ୍ତୁ।”
    ତେବେ ପଶ୍ଚିମବଙ୍ଗରେ ଟ୍ରେନିଂ ମହିଳା ଡାକ୍ତରଙ୍କ ବଳାତ୍କାର ହତ୍ୟା ଘଟଣାରେ ସରକାରୀ ଦଳ ସମେତ ବିରୋଧୀ ଏବଂ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାରି ମଧ୍ୟରେ ବିଭିନ୍ନ ଦିଗକୁ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କ ଉପରେ ଚାପ ବଢି ଚାଲିଛି। ବୁଧବାର ଟିଏମସି ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ମମତା ଭାଜପା ଉପରେ ଅଭିଯୋଗ ଲଗାଇଛନ୍ତି ଯେ, ଦଳ ରାଜ୍ୟରେ ରାଜନୈତିକ ସଫଳତା ପାଇଁ ହିଂସା ସୃଷ୍ଟି କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ