Thursday, January 15, 2026
20.1 C
Odisha

    ମମତା ସରକାରଙ୍କୁ ବଡ଼ ଝଟକା, ଇଡି ଅଫିସର ଉପରେ ଲାଗିଥିବା ଏଫଆଇଆର ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

    ଆଗକୁ ପଢନ୍ତୁ

    କୋଲକତା : ମମତା ବାନାର୍ଜୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ED । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦାୟର ହୋଇଥିବା ଆବେଦନ ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି । ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଏବଂଜଷ୍ଟିସ୍ ବିପୁଲ ଏମ୍. ପାଞ୍ଚୋଲି ବେଞ୍ଚରେ ରହିଛନ୍ତି । କୋର୍ଟ ଇଡି ଅଫିସରଙ୍କ ଉପରେ ଦାୟର ହୋଇଥିବା ଏଫଆଇଆର ଉପରେ ଆଗାମୀ ଶୁଣାଣି ଉପରେ ରୋକ୍ ଲଗାଇ ନୋଟିସ ଜାରି କରିଛନ୍ତି । ଅଦାଲତା ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ଏହାସହିତ କୋର୍ଟ କହିଛନ୍ତି, ଏଜେନ୍ସୀର ଯାଞ୍ଚ ସମୟରେ ଅନ୍ୟ କେହି ଦଖଲ କରିପାରିବେ ନାହିଁ ।

    ED ଅଭିଯୋଗ କରିଛି ଯେ ଏହି ଅଧିକାରୀମାନେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମିଶି ତଦନ୍ତରେ ବାଧା ସୃଷ୍ଟି କରିଥିଲେ । ପ୍ରମାଣ ଚୋରି କରିବାରେ ସହାୟତା କରିଥିଲେ । ଏହାର ନୂଆ ଆବେଦନରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ (MHA) ଏବଂ ଭାରତ ସରକାରଙ୍କ କାର୍ମିକ ଏବଂ ତାଲିମ ବିଭାଗ (DOPT) କୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିଲମ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି ED ।

    କୋଲକାତାରେ ଥିବା ଆଇ-ପ୍ୟାକ୍ ଅଫିସରେ ଯାଞ୍ଚ ବେଳେ ମମତା ବାନାର୍ଜୀ ଏଥିରେ ବାଧା ସୃଷ୍ଟି କରିଥିବା ଅଭିଯୋଗ କରିଛି ଇଡି । ସରକାରୀ କାର୍ଯ୍ୟରେ ବାଧା ଦିଆଯାଇଥିବା ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । I-PAC ହେଉଛି ଏକ ରାଜନୈତିକ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା, ଯାହା TMC ର ନିର୍ବାଚନ ରଣନୀତି ଉପରେ କାମ କରିଥାଏ । ଏହି ସଂସ୍ଥାର ଅଫିସରେ କୌଣସି ଆର୍ଥିକ ହେରଫେର ସନ୍ଦେହରେ ଚଢ଼ାଉ କରିବାକୁ ଯାଇଥିଲା ED ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.1 ° C
    20.1 °
    20.1 °
    37 %
    2.2kmh
    0 %
    Thu
    19 °
    Fri
    28 °
    Sat
    29 °
    Sun
    31 °
    Mon
    31 °

    ସମ୍ବନ୍ଧିତ