Wednesday, October 7, 2026
30.3 C
Odisha

    ମର୍ଣ୍ଣି ମର୍କେଲ ଭାରତର ନୂଆ ବୋଲିଂ କୋଚ୍ ନିଯୁକ୍ତ

    ଆଗକୁ ପଢନ୍ତୁ

    ମୁମ୍ବଇ: ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମର୍ଣ୍ଣି ମର୍କେଲ ଭାରତର ନୂତନ ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ମର୍କେଲଙ୍କ ନବ ନିଯୁକ୍ତ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଆସିଷ୍ଟାଣ୍ଟ କୋଚ୍ ଅଭିଷେକ ନାୟାର ଏବଂ ରିଆନ୍ ଦଶ ଡଚ୍ ଏବଂ ଫିଲ୍ଡିଂ କୋଚ୍ ଟି ଦିଲୀପଙ୍କ ସହ ଭାରତୀୟ ଦଳର ପ୍ରଶିକ୍ଷକ ଗୋଷ୍ଠିରେ ଯୋଗଦେବେ। ରିପୋର୍ଟ ଅନୁଯାୟୀ, ମର୍କେଲ ପୂର୍ବତନ ଭାରତର ବୋଲର ଆର ବିନୟ କୁମାରଙ୍କ ସହ ସର୍ଟଲିଷ୍ଟର ଥିଲେ ମଧ୍ୟ ସେ ଏହି ପଦବୀରେ ନିଯୁକ୍ତି ଦୋୖଡରେ ଆଗୁଆ ଥିଲେ। ବୁଧବାର ତାଙ୍କ ନିଯୁକ୍ତିକୁ ବିସିସିଆଇ ସଭାପତି ଜୟ ଶାହା ନିଶ୍ଚିତ କରିଛନ୍ତି। ମର୍ଣ୍ଣି ମର୍କେଲ ଦକ୍ଷିଣ ଆଫ୍ରିକା ପାଇଁ ୨୦୦୬ରୁ ୨୦୧୮ ମଧ୍ୟରେ ୮୬ ଟେଷ୍ଟ, ୧୧୭ ଦିନିକିଆ ଏବଂ ୪୪ ଟି୨୦ ଖେଳିଛନ୍ତି। ବର୍ତମାନ ଅଷ୍ଟ୍ରେଲିଆରେ ରହୁଥିବା ମର୍କେଲଙ୍କ ସହିତ ବିସିସିଆଇ କିଛି ଆଲୋଚନା କରିଥିବା କୁହାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ