Thursday, October 8, 2026
22.2 C
Odisha

    ମଲ୍‌, ହସ୍ପିଟାଲ୍ ଓ ହୋଟେଲ୍‌ରେ ସ୍ଥିତି ଯାଞ୍ଚ କଲା ଅଗ୍ନିଶମ ବିଭାଗ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ‘ସୁରକ୍ଷିତ ଓଡିଶା ବିକଶିତ ଓଡ଼ିଶା’ ଅଭିଯାନ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଆରମ୍ଭ କରାଯାଇଛି। ପ୍ରଥମ ଦିନରେ ସିଏଫ୍‌ଓ ଦେବେନ୍ଦ୍ର କୁମାର ସ୍ବାଇଁ(ଏସ୍‌ଏଜି)ଙ୍କ ନେତୃତ୍ବରେ ଆଜି ଭୁବନେଶ୍ବର ଅଗ୍ନିଶମ ବାହିନୀ ଏସପ୍ଲାନେଡ୍ ମଲ୍, ଆପୋଲୋ ହସ୍ପିଟାଲ୍ ଓ ଜିଞ୍ଜର୍ ହୋଟେଲ୍‌ରେ ଯାଞ୍ଚ କରିଥିଲା। ହଠାତ୍ ଅଗ୍ନିକାଣ୍ଡ ଲାଗିଲେ ଅଟୋମେଟିକ୍ ଵାଟର୍ ସ୍ପ୍ରିଙ୍କଲର୍‌ଠୁ ଆରମ୍ଭ କରି ଦିବ୍ୟାଙ୍ଗମାନଙ୍କ ପାଇଁ ଆଲାର୍ମ ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର, ସାଇନ୍‌ଏଜ୍, ଵାଟର୍ ଷ୍ଟୋରେଜ୍ ପ୍ରମୁଖ ଦିଗ ଉପରେ ନିରୀକ୍ଷଣ କରାଯାଇଥିଲା। ଏହା ସହ ଅଚଳ ଯନ୍ତ୍ରାଂଶକୁ ମରାମତି କରିବା ସହିତ ବିଭିନ୍ନ ତ୍ରୁଟି ବିଚ୍ୟୁତିକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ସଜାଡ଼ିବା ପାଇଁ ଖୁବ୍‌ଶୀଘ୍ର ନୋଟିସ୍ ଜାରି କରାଯିବ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ