Sunday, October 4, 2026
29.6 C
Odisha

    ମହମ୍ମଦ ଶାମିଙ୍କୁ ଜୋତା ମାରିବାକୁ ଧମକ ଦେଲେ ପୂର୍ବତନ ସ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ପ୍ରାୟତଃ ରହିଥା’ନ୍ତି। ଶାମି ହସିନ ଜାହାଁଙ୍କୁ ବିବାହ କରିଥିଲେ। କିନ୍ତୁ ବର୍ତ୍ତମାନ ଦୁହେଁ ପରସ୍ପରକୁ ଛାଡପତ୍ର ଦେଇଛନ୍ତି। ଉଭୟ ଦମ୍ପତିଙ୍କର ଗୋଟିଏ ଝିଅ ଅଛି, ଯାହାର ନାମ ଆୟରା। ବର୍ତ୍ତମାନ ମହମ୍ମଦ ଶାମି ତାଙ୍କ ୬ ବର୍ଷର ଝିଅ ଆୟରାଙ୍କୁ ଭେଟିବାକୁ ଆସିଛନ୍ତି। ଆୟରା ତାଙ୍କ ମା’ ହସିନଙ୍କ ସହ ରୁହନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ହସିନ ଜାହା ଏହି ସୂଚନା ଦେଇଛନ୍ତି। ଏଥି ସହିତ ସେ ନିଜ ରାଗ ପ୍ରକାଶ କରିଛନ୍ତି। ହସିନ ଜାହାନ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି – ଭଗବାନଙ୍କୁ ଧନ୍ୟବାଦ, ବେବୋ ଶେଷରେ ତାଙ୍କ ପିତାଙ୍କୁ ଭେଟିବାକୁ ଯାଇଛନ୍ତି ଏବଂ ଆଲ୍ଲା ମୋ ଝିଅକୁ ପ୍ରତ୍ୟେକ ଶତ୍ରୁ ଏବଂ ମନ୍ଦ ଆଖିରୁ ରକ୍ଷା କରନ୍ତୁ। ୬ ବର୍ଷ ପରେ ତାଙ୍କ ଝିଅ କଥ ମନେ ପଡିଛି। ମୁଁ ଏପର୍ଯ୍ୟନ୍ତ ସବୁକିଛି ସହିକି ଅଛି। ମୁଁ ଭାବୁଛି ସାମି ସୁଧୁରି ଯିବେ। କିନ୍ତୁ ସେ ମୋ ଝିଅକୁ ମୋଠାରୁ ଛଡେଇ ନେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଆଲ୍ହା ସବୁ କିଛିର ହିସାବ ଦେବେ। ସବୁକିଛି ମୋ ହାତରେ ଥିଲେ ମୁଁ ଜୋତାରେ ପିଟନ୍ତି। ମୁଁ ଅପେକ୍ଷା କରି ରହିଛି। ଆଉ ବେଶୀ ଦିନ ବାକି ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ