Friday, April 10, 2026
27.5 C
Odisha

    ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ଆଗକୁ ପଢନ୍ତୁ

    ପୁରୀ  : ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଭୋରୁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଭିତରେ ପ୍ରାୟ ୧୫ରୁ ୨୦ ମିନିଟ୍ ରହିଥିଲେ । ଫେରିବା ବେଳେ ବାଇଶି ପାହାଚରେ ଧର୍ମେନ୍ଦ୍ରଙ୍କୁ ନୀଳଚକ୍ରରେ ଲାଗି ପତାକା ପ୍ରଦାନ କରିଥିଲେ ସେବାୟତ । ପରେ ସିଂହଦ୍ବାର ଉପରେ ବିରାଜିତ ମା ଗୁମୁଟ ଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ଧର୍ମେନ୍ଦ୍ର । ତାଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୁରୀ ଏସପି ଉପସ୍ଥିତ ଥିଲେ।

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ବଗଲା ଧର୍ମଶାଳା ପରିସରରେ ଚାଲିଥିବା ଭାରତୀୟ ମଜଦୂର ସଂଘର ୨୧ତମ ଜାତୀୟ ସମ୍ମିଳନୀରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେବେ । ଏହି ୩ଦିନିଆ ସମ୍ମିଳନୀରେ ଭାରତର ୨୮ଟି ରାଜ୍ୟ ,୪ ଟି କେନ୍ଦ୍ର ଶାସିତ ଅଞ୍ଚଳ ,୪୨ ଟି ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ସମଗ୍ର ଭାରତରୁ ୨୫୦୦ ପ୍ରତିନିଧି ଯୋଗ ଦେଇଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ