Tuesday, July 14, 2026
29 C
Odisha

    ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ, ଅନେକ ଗୁରୁତର

    ଆଗକୁ ପଢନ୍ତୁ

    ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲି ଜିଲ୍ଲା ଚାମୋରଶୀ ରୋଡରେ ଭୟଙ୍କର ଦୁର୍ଘଟଣା । ବିବାହ ସମାରୋହରୁ ଫେରୁଥିବା ବେଳେ କାର୍ ଏବଂ ବସ୍ ଧକ୍କା ହେବା ଯୋଗୁଁ ୬ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟହସପିଟାଲରେ ଭର୍ତ୍ତି କରାଯାଇଛି ।

    ସୂଚନା ମୁତାବକ, ଗଢଚିରୋଲି ଜିଲ୍ଲା ଚାମୋରଶୀ ରୋଡରେ ତଲୋଧି ଗାଁ ନିକଟରେ ବିପଦପୂର୍ଣ୍ଣ ମୋଡ ଯୋଗୁଁ ବସ୍ ଓ ସ୍କର୍ପିଓ ଧକ୍କା ହୋଇଥିଲା । ସ୍କର୍ପିଓରେ ମୋଟ୍ ୧୬ ଜଣ ଲୋକ ରହିଥିଲେ । ଦୁର୍ଘଟଣାରେ କିଛି ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ହସପିଟାଲରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଥିଲା । ଆହତଙ୍କୁ ଗଢଚିରୋଲି ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିବା ଜଣାପଡିଛି ।

    ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟଆରମ୍ଭ କରିଥିଲେ । ଗାଡ଼ିରେ ଫସିଥିବା ଆହତ ଲୋକଙ୍କୁ ଉଦ୍ଧାର କରିବାରେ ସହାୟତା କରିଥିଲେ । ଦୁର୍ଘଟଣା ବିଷୟରେ ଜାଣିବା ପରେ ମୃତକଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି ।

    ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଦୁର୍ଘଟଣା ଦ୍ରୁତ ଗାଡ଼ି ଚାଳନା ଏବଂ ବିପଦପୂର୍ଣ୍ଣ ମୋଡ ଯୋଗୁଁ ନିୟନ୍ତ୍ରଣ ହରାଇବା ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ଘଟଣାର ପ୍ରକୃତ ସତ ଯାଞ୍ଚ ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    72 %
    1.9kmh
    100 %
    Tue
    29 °
    Wed
    29 °
    Thu
    32 °
    Fri
    26 °
    Sat
    25 °

    ସମ୍ବନ୍ଧିତ