Thursday, April 2, 2026
26 C
Odisha

    ମହାରାଷ୍ଟ୍ରର ଅମ୍ବରନାଥ, ଆକୋଟ୍ ପୌର ନିର୍ବାଚନ

    ଆଗକୁ ପଢନ୍ତୁ

    ମୁମ୍ବାଇ   : ମହାରାଷ୍ଟ୍ରର ଅମ୍ବରନାଥ ଓ ଆକୋଟ୍ ପୌର ନିର୍ବାଚନ ପାଇଁ ବିଜେପି-କଂଗ୍ରେସ-ଏଆଇଏମ୍ଆଇଏମ୍ ମଧ୍ୟରେ ମେଣ୍ଟ ହୋଇଛି। ପରସ୍ପର ବିପରୀତ ଆଦର୍ଶରେ ପରିଚାଳିତ ହେଉଥିବା ଏହି ତିନି ଦଳ ମଧ୍ୟରେ ମେଣ୍ଟ ହେବା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ଅମ୍ବରନାଥ ପୌର ପରିଷଦ ନିର୍ବାଚନରେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ସର୍ବାଧିକ ଆସନ ପାଇଥିଲା। ମାତ୍ର ପୌର ଅଧ୍ୟକ୍ଷ ନିର୍ବାଚନରେ ଶିବସେନାକୁ ପରାସ୍ତ କରିବା ଲାଗି ତିନି ଦଳର ସ୍ଥାନୀୟ ନେତାମାନେ ପ୍ରୟାସ କରିଥିଲେ। ରିପୋର୍ଟ ଅନୁଯାୟୀ ଅମ୍ବରନାଥ ପୌର ନିର୍ବାଚନ ପାଇଁ ‘ଅମ୍ବରନାଥ ବିକାଶ ଅଘାଡି’ ନାମରେ ମେଣ୍ଟ ଗଠନ ହୋଇଛି। ଏହି ମେଣ୍ଟରେ ବିଜେପି ସହିତ ଅଜିତ ପୱାରଙ୍କ ନେତୃତ୍ବାଧୀନ ଏନସିପି ଓ କଂଗ୍ରେସ ସାମିଲ ହୋଇଥିଲେ। ଡିସେମ୍ବର ୨୦ରେ ଅମ୍ବରନାଥ ପୌର ପରିଷଦ ପାଇଁ ନିର୍ବାଚନ ହୋଇଥିଲା। ନିର୍ବାଚନରେ ମୋଟ ୬୦ଟି କାଉନସିଲ୍ ମଧ୍ୟର ଶିବସେନା ଏକାକୀ ୨୭ଟିରେ ବିଜୟୀ ହୋଇଥିଲା। ବିଜେପି ୧୪, କଂଗ୍ରେସ ୧୨, ଏନସିପି ୪ ଓ ସ୍ବାଧୀନ ୩। ମଙ୍ଗଳବାର ପୌର ଅଧ୍ୟକ୍ଷ ନିର୍ବାଚନରେ ବିଜେପିର ତେଜଶ୍ରୀ କରଞ୍ଜୁଲେ ପାଟିଲ ବିଜୟୀ ହୋଇଥିଲେ। ପାଟିଲ ଶିବସେନାର ମନୀଷ ୱାଲେକରଙ୍କୁ ପରାସ୍ତ କରିଥିଲେ। ପୌର ଅଧ୍ୟକ୍ଷ ନିର୍ବାଚନରେ ବିଜୟୀ ପାଇଁ ବିଜେପି ଅନ୍ୟ ଦୁଇ ଦଳ କଂଗ୍ରେସ ଓ ଏନସିପି ସହିତ ମେଣ୍ଟ କରିଥିଲା। ଏହା ସହିତ ଦୁଇ ଜଣ ସ୍ବାଧୀନ କାଉନସିଲରଙ୍କୁ ନିଜ ପକ୍ଷକୁ ଆଣିଥିଲା। ଫଳରେ ବିଜେପି ୩୨ଟି କାଉସିଲରଙ୍କ ସମର୍ଥନ ପାଇ ଅଧ୍ୟକ୍ଷ ପଦ ହାସଲ କରିଥିଲା।

    ସେହିପରି ଆକୋଟା ପୌର ନିର୍ବାଚନ ପାଇଁ ବିଜେପି ହାଇଦରାବାଦର ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କ ନେତୃତ୍ବାଧୀନ ଦଳ ଏଆଇଏମ୍ଆଇଏମ୍ ସହିତ ମେଣ୍ଟ କରିଛି। ଆକୋଟା ପୌର ନିର୍ବାଚନରେ ମୋଟ ୩୫ଟି କାଉନସିଲ୍ ମଧ୍ୟରୁ ୩୩ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ସର୍ବାଧିକ ୧୧ଟି ଆସନ ପାଇଥିବାବେଳେ ଏଆଇଏମ୍ଆଇଏ୍ ୫, କଂଗ୍ରେସ ୬, ଶିବସେନା ୧, ଏନସିପି (ଅଜିତ ପୱାର) ୨, ଏନସିପି (ଶରଦ ପୱାର) ୧, ଶିବସେନା ୧ , ଶିବସେନା (ୟୁବିଟି) ୨ ଓ ଅନ୍ୟାନ୍ୟ ଦଳ ୪ଟି ଆସନ ପାଇଥିଲେ। ଏଠାରେ ଅଧ୍ୟକ୍ଷ ପଦ ହାତେଇବା ଲାଗି ବିଜେପି ଏଆଇଏମ୍ଆଇଏମ୍ ସହ ମେଣ୍ଟ କରିଥିଲା।

    ଏହି ଦୁଇ ପୌର ପରିଷଦରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରିବାକୁ ସବୁ ଦଳର ସ୍ଥାନୀୟ ନେତା ନିଷ୍ପତ୍ତି ନେଇଥିଲେ। ଏଥିପାଇଁ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ନେତାଙ୍କ ଅନୁମତି ନିଆଯାଇ ନଥିଲା। ବିଜେପିର ସ୍ଥାନୀୟ ନେତାଙ୍କ ଏପରି ମେଣ୍ଟ ନିଷ୍ପତ୍ତିକୁ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାର ଫଡନବିସ କହିଛନ୍ତି ଯେ କଂଗ୍ରେସ ଓ ଏଆଇଏମ୍ଆଇଏମ୍ ସହିତ ବିଜେପିର ମେଣ୍ଟ କେବେହେଲେ ଗ୍ରହଣୀୟ ନୁହେଁ। ଏପରି ମେଣ୍ଟ ପାଇଁ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ନେତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ଏପରି ମେଣ୍ଟକୁ ନେଇ ସ୍ଥାନୀୟ ନେତାଙ୍କ ଉପରେ କ୍ଷୁବ୍ଧ ହୋଇଛି। ଏପରି ମେଣ୍ଟ ନିଷ୍ପତ୍ତି ପାଇଁ କଂଗ୍ରେସ ଏହାର ସମସ୍ତ କାଉନସିଲରଙ୍କୁ ନିଲମ୍ବନ କରିଛି। ଅମ୍ବରନାଥ ପୌରସଭାରେ କଂଗ୍ରେସର ୧୨ଜଣ ସଦସ୍ୟ ଥିବାବେଳେ ସମସ୍ତଙ୍କୁ ନିଲମ୍ବନ କରାଯାଇଛି। ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ଏମପିସିସି)ର ଉପସଭାପତି ଗଣେଶ ପାଟିଲ ଅମ୍ବରନାଥ ବ୍ଲକ କଂଗ୍ରେସ ସଭାପତିଙ୍କ ନିକଟକୁ ଚିଠି ଲେଖି ଦଳର ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ଦଳର ରାଜ୍ୟ ସଭାପତି ହର୍ଷବର୍ଦ୍ଧନଙ୍କ ପରାମର୍ଶ କ୍ରମେ ସେ ସମସ୍ତ କାଉନସିଲରଙ୍କୁ ନିଲମ୍ବନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ