Saturday, April 4, 2026
38.1 C
Odisha

    ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା, ସମ୍ଭାଳିବେ ଏସବୁ ବିଭାଗ

    ଆଗକୁ ପଢନ୍ତୁ

    ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ ସୁନେତ୍ରାଙ୍କୁ ଚୟନ କରାଯାଇଥିଲା । NCP ବିଧାୟକ ଦଳର ବୈଠକରେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳର ନେତା ଭାବେ ଆନୁଷ୍ଠାନିକ ଭାବେ ଚୟନ କରାଯାଇଥିଲା । ସୁନେତ୍ରା ପାୱାର ପୂର୍ବରୁ ଅଜିତ ପାୱାରଙ୍କ ପାଖରେ ଥିବା ଅର୍ଥ, ଅବକାରୀ ଓ କ୍ରୀଡ଼ା ବିଭାଗ ସମ୍ଭାଳିବେ ।

    ଗତ ୨୮ ଜାନୁଆରୀରେ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ଅଜିତ ପାୱାରଙ୍କ ପରଲୋକ ପରେ NCPରେ ନେତୃତ୍ୱର ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା, ତାକୁ ପୂରଣ କରିବା ପାଇଁ ପରିବାର ଏବଂ ଦଳୀୟ ନେତାମାନେ ସୁନେତ୍ରାଙ୍କ ନାମରେ ସହମତି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଏଥିରେ କୌଣସି ଆପତ୍ତି ନଥିବା ଜଣାଇଥିଲେ । ସୁନେତ୍ରା ପାୱାର ଜଣେ ଜଣାଶୁଣା ସମାଜସେବୀ । ସେ ୨୦୨୪ରୁ ରାଜ୍ୟସଭା ସାଂସଦ ଅଛନ୍ତି ।

    ସୁନେତ୍ରା ପାୱାର ପୂର୍ବତନ ରାଜ୍ୟମନ୍ତ୍ରୀ ଏବଂ ଲୋକସଭା ସାଂସଦ ପଦ୍ମସିଂହ ପାଟିଲଙ୍କ ଝିଅ ଏବଂ ୧୯୮୫ ମସିହାରେ ଅଜିତ ପାୱାରଙ୍କୁ ବିବାହ କରିଥିଲେ। ସୁନେତ୍ରାଙ୍କର ଦୁଇଟି ପୁଅ, ପାର୍ଥ ଏବଂ ଜୟ ପାୱାର ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ