Wednesday, October 7, 2026
31.4 C
Odisha

    ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ମିଛୁଆ !

    ଆଗକୁ ପଢନ୍ତୁ

    ମହିଳାଙ୍କ ତୁଳନାରେ ପୁରୁଷମାନେ ବଢ଼ିଆ ଉପାୟରେ ମିଛ କୁହନ୍ତି? ଏକ ରିସର୍ଚ୍ଚରୁ ଏହି କଥାର ଖୁଲାସା ହୋଇଛି। ଆସନ୍ତୁ ଜାଣିବା ଏହା ବିଷୟରେ। ବ୍ରିଟେନ୍‌ର ପୋର୍ଟସ୍‌ସାଉଥ୍‌ ୟୁନିଭର୍ସିଟି ଅନୁସାରେ, ଯେଉଁ ବ୍ୟକ୍ତି ମିଛ କୁହନ୍ତି, ସେମାନେ ଭଲ ବକ୍ତା ହୋଇଥାଆନ୍ତି। ଏଭଳି ବ୍ୟକ୍ତି ଅନ୍ୟ ଲୋକଙ୍କ ତୁଳନାରେ ନିଜ ପରିବାର, ସାଙ୍ଗସାଥୀ, ପାର୍ଟନର ଏବଂ ସହଯୋଗୀମାନଙ୍କୁ ଅଧିକ ମିଛ କହିଥାଆନ୍ତି। ବିଶେଷଜ୍ଞମାନଙ୍କ କହିବା ହେଲା, ମିଛ କହିବାରେ ମାହିର ଥିବା ବ୍ୟକ୍ତି ମେସେଜ୍‌ ଅପେକ୍ଷା ସାମ୍ନା-ସାମ୍ନି ମିଛ କହିବାକୁ ବେଶି ପସନ୍ଦ କରନ୍ତି। ତେଣୁ ସୋସିଆଲ ମିଡିଆରେ ସେମାନେ ଖୁବ୍‌ କମ୍‌ ମିଛ କହିଥାଆନ୍ତି। PLOS One ଜର୍ନାଲରେ ପ୍ରକାଶିତ ଅଧ୍ୟୟନରେ କୁହାଯାଇଛି, ପାଖାପାଖି ଅଧା ମିଛ କହୁଥିବା ଲୋକଙ୍କ ସଂଖ୍ୟା କମ୍‌। ଏଭଳି ଲୋକ ନିକଟତମ ସମ୍ପର୍କୀୟଙ୍କଠାରୁ ମୁକ୍ତି ପାଇବା ପାଇଁ ଏବଂ ସେମାନଙ୍କଠାରୁ କ୍ଷମା ଚାହିଁବା ପାଇଁ ମିଛ କହିଥାଆନ୍ତି।ଏହି ସମ୍ବନ୍ଧରେ ହୋଇଥିବା ଆଉ ଏକ ଅଧ୍ୟୟନ ଅନୁସାରେ, ଜଣେ ପୁରୁଷ ଦିନରେ ୩ଟି ମିଛ କହିଥାଏ। ଆଉ ପୂରା ବର୍ଷରେ ପାଖାପାଖି ୧,୦୯୨ଟି ମିଛ କହିଥାଏ। ସେପଟେ ମହିଳାମାନେ ବର୍ଷରେ ୭୨୮ ଥର ମିଛ କହିଥାଆନ୍ତି।

    ଅଧ୍ୟୟନରେ ଆହୁରି ମଧ୍ୟ କୁହାଯାଇଛି, କିଛି ବିଶେଷ ପରିସ୍ଥିତିରେ ମହିଳାମାନଙ୍କ ମିଛ କହିବାର ସମ୍ଭାବନା ବଢ଼ିଯାଇଥାଏ। ଯେପରି କପଡ଼ା କିଣିବା ସମୟରେ ସେମାନେ ଅଧିକ ମିଛ କହିଥାଆନ୍ତି। ଏଥିରୁ ଜଣାପଡ଼ିଛି, ଲୋକେ ଜୀବନକୁ ସହଜ କରିବା ଉଦ୍ଦେଶ୍ୟରେ ମିଛ କହିଥାଆନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ