Saturday, October 3, 2026
28.9 C
Odisha

    ମହିଳାମାନେ କେଉଁ ବୟସରେ ଅଧିକ ବ୍ରେଷ୍ଟ କ୍ୟାନ୍ସରରେ ପ୍ରଭାବିତ ହେଉଛନ୍ତି ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ଭାରତରେ କମ ଆୟୁର ଯୁବତୀ ମାନେ କାହିଁକି ଅଧିକ ବ୍ରେଷ୍ଟ କ୍ୟାନ୍ସରରେ ପ୍ରଭାବିତ ହେଉଛନ୍ତି ଏବଂ କଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା –

    ଏମ୍ସ ଚିକିତ୍ସକଙ୍କର ଗୋଟିଏ ଟିମ୍ ବ୍ରେଷ୍ଟ କ୍ୟାନ୍ସରକୁ ନେଇ ଅଧ୍ୟୟନ କରିଥିଲା, ଯାହାଦ୍ୱାରା କିଛିଟା ଗୁରୁତ୍ୱପୂର୍ଣ ତଥ୍ୟ ସାମ୍ନାକୁ ଆସିଛି l ଏଥିପାଇଁ ବିଶେଷ ଭାବରେ ମହିଳା ମାନଙ୍କୁ ସଚେତନତାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ଏବଂ ଏଥି ସହିତ ବିଶେଷ ଭାବରେ ୫ଟି କାରଣ ଦାୟୀ ବୋଲି କୁହାଯାଇଛି l

    ବ୍ରେଷ୍ଟ କ୍ୟାନ୍ସର ୨ଟି ସମୟରେ ଅଧିକ ପ୍ରଭାବିତ ହୋଇଥାଏ, ଗୋଟିଏ ହେଉଛି ୩୦ ରୁ ୪୦ ବର୍ଷ ସମୟରେ ଏବଂ ଆଉ ଗୋଟିଏ ସମୟ ହେଉଛି ୬୦ ବର୍ଷ l  କିନ୍ତୁ ଯେଉଁମାନେ ୩୦ ରୁ ୪୦ ବର୍ଷ ଆୟୁ ମଧ୍ୟରେ ପ୍ରଭାବିତ ହେଉଛନ୍ତି ତାହା ଯୁବାବସ୍ଥା ବୋଲି କୁହାଯାଉଛି l ସେଥିପାଇଁ କିଛିଟା ସତର୍କତା ଅବଲମ୍ବନ ନିହାତି କରିବା ଜରୁରୀ l ବତ୍ତମାନ ପ୍ରତ୍ୟେକ ୧୦ ମିନିଟରେ ଜଣେ ମହିଳା ବ୍ରେଷ୍ଟ କ୍ୟାନ୍ସରରେ ପ୍ରଭାବିତ ହେଉଛି ଏବଂ ପ୍ରତ୍ୟେକ ୧୮ ମିନିଟରେ ଜଣେ ମହିଳାର ମୃତ୍ୟୁ ହେଉଛି l

    ଯଦି ଆମେ ଖାଦ୍ୟ କଥା କହିବା ରେଡ ମିଟ , ପ୍ରିଜର୍ଭଡ଼ ଫୁଡ, ବାହାର ଖାଦ୍ୟ, ମାଂସ ମଦିରା ଅଧିକ ସେବନ, ଗୁଟକା ସେବନ, ଓଜନ ବୃଦ୍ଧି ଇତ୍ୟାଦି ବ୍ରେଷ୍ଟ କ୍ୟାନ୍ସରରେ ଅଧିକ ପ୍ରଭାବିତ କରିବାର କାରଣ ଅଟେ l

    ଲେଟ ମ୍ୟାରେଜ ଓ ଲେଟରେ ଗର୍ଭ ଧାରଣ ମଧ୍ୟ ବ୍ରେଷ୍ଟ କ୍ୟାନ୍ସରର ଗୋଟିଏ କାରଣ ହୋଇଥାଏ l ବ୍ରେଷ୍ଟ କ୍ୟାନ୍ସର ମଧ୍ୟ ଜେନେଟିକ ହୋଇଥାଏ ଯେପରିକି ମା ଯଦି ପ୍ରଭାବିତ ହୋଇ ଥାଆନ୍ତି ତେବେ କିଛି ମାତ୍ରାରେ ଝିଅ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଥାଏ l

    ପନିପରିବା ଗୁଡିକରେ ଅଧିକ ମାତ୍ରାରେ କୀଟ ନାଶକର ପ୍ରୟୋଗ ମଧ୍ୟ ବ୍ରେଷ୍ଟ କ୍ୟାନ୍ସରର ଗୋଟିଏ କାରଣ ଅଟେ, ତେଣୁ କୀଟ ନାଶକ ପ୍ରୟୋଗ ପନିପରିବାରେ ଅଧିକ ହେଉଥିବା କାରଣରୁ ତାହା ସ୍ୱାସ୍ଥ୍ୟପ୍ରଦ ନୁହେଁ l

    ପୂର୍ବରୁ ଭାରତୀୟ ମହିଳା ମାନେ ଧୂମ୍ରପାନ କରୁନଥିଲେ, କିନ୍ତୁ ବତ୍ତମାନ ଏହା ପାଶ୍ଚାତ୍ୟ ସଂସ୍କୃତିକୁ ଆପଣାଇ ଗୋଟିଏ ଷ୍ଟାଇଲରେ ପରିଣତ ହୋଇଛି l ତେଣୁ ଧୁମ୍ରପାନ ମଧ୍ୟ ଗୋଟିଏ କାରଣ ଅଟେ l

    ପୂର୍ବରୁ ମା ମାନେ ନିଜ ଶିଶୁକୁ ଅତି କମ ରେ ୬ମାସ ପର୍ଯ୍ୟନ୍ତ ସ୍ତନ୍ୟ ପାନ କରାଉଥିଲେ , କିନ୍ତୁ ବର୍ତମାନ ମା ର ଦୁଗ୍ଧକୁ ସଂରକ୍ଷିତ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜରେ ରଖା ଯାଉଛି ଏବଂ ଏହାକୁ ପରେ ଶିଶୁଙ୍କୁ ସେବନ କରିବାକୁ ଦିଆଯାଉଛି l କିନ୍ତୁ ମା କ୍ଷୀର ଯଦି ଶିଶୁ ନିଜେ ସ୍ତନରୁ ଖାଇଥାଏ ତେବେ ଏହା ଉଭୟ ମା ଓ ଶିଶୁ ପାଇଁ ହିତକର ହୋଇଥାଏ ଏବଂ ମା କୁ ବ୍ରେଷ୍ଟ କ୍ୟାନ୍ସର ନିକଟରୁ ଦୁରେଇ ରଖିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ