Tuesday, September 29, 2026
23.6 C
Odisha

    ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

    ଆଗକୁ ପଢନ୍ତୁ

    ମହିଳା ଟି୨୦ ବିଶ୍ୱକପରେ ପାକିସ୍ତାନକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ଉଇକେଟ ହରାଇ ୧୦୫ ରନ୍‌ କରିଥିଲା। ଜବାବରେ ଭାରତ ୧୮.୫ ଓଭରରେ ୪ ଉଇକେଟ ହରାଇ ବିଜୟ ହାସଲ କରିଛି। ଚଳିତ ଟୁର୍ନାମେଣ୍ଟରେ ଦ୍ୱିତୀୟ ମ୍ୟାଚ ଖେଳିଥିବା ଭାରତ ଏହା ସହ ପ୍ରଥମ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫୮ ରନରେ ଭାରତକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଭାରତ ୨ ମ୍ୟାଚ୍‌ରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୨ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ଭାରତ ଏହି ମ୍ୟାଚରେ ପୂଜା ବସ୍ତ୍ରକାରଙ୍କ ସ୍ଥାନରେ ସଜୀବନ୍‌ ସଜନାଙ୍କୁ ଖେଳାଇଥିଲା। ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଏସିଆନ୍‌ ଚାମ୍ପିୟନ ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିବା ପାକିସ୍ତାନକୁ ପ୍ରଥମ ଓଭରରେ ଝଟକା ଦେଇଥିଲେ ରେଣୁକା ସିଂ ଠାକୁର। ଗୁଲ ଫିରୋଜାଙ୍କୁ ଖାତା ଖୋଲିବା ଆଗରୁ ସେ ପ୍ୟାଭିଲିୟନ ଫେରାଇଥିଲେ। ମୁନିବା ଅଲୀ ୧୭ ରନ୍‌ କରିଥିଲେ ମଧ୍ୟ ପାକିସ୍ତାନର ରନ୍‌ଗତିକୁ ନିୟନ୍ତ୍ରଣରେ ରଖିଥିଲେ ଭାରତୀୟ ବୋଲର। ଅରୁନ୍ଧତୀ ରେଡ୍ଡୀ ଓ ଶ୍ରେୟଙ୍କା ପାଟିଲ ଚମତ୍କାର ବୋଲିଂ କରିବା ସହ ରନ୍‌ ଗତି ଉପରେ ଅଙ୍କୁଶ ଲଗାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ