Sunday, September 22, 2024
25.5 C
Odisha

    ମାଉସୀ ମା’ ହାତରୁ ଖାଇଲେ ପୋଡପିଠା

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିର ଫେରିବା ପାଟରେ ମାଉସୀ ମାଆ ମନ୍ଦିରରରେ ଅଟକି ପୋଡପିଠା ଖାଇଲେ ତିନି ଠାକୁର । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିବା ବାଟରେ ମାଉସୀ ଘର ଅର୍ଦ୍ଧାସିନୀ ମନ୍ଦିରରେ ଅଟକି ଥିଲେ ତିନି ଠାକୁର । ମାଉସୀ ନିଜ ହାତରେ ତିଆରି କରିଥିବା ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ପୁଣି ବାହାରି ଯାଇଛନ୍ତି । ପ୍ରଥମେ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ ମାଉସୀ ମାଆଙ୍କ ମନ୍ଦିରରେ ଅଟକି ଥିଲା । ମାଉସୀ ଅର୍ଦ୍ଧାସିନୀଙ୍କ ହାତ ତିଆରି ପୋଡ଼ପିଠା ଖାଇବା ପରେ ତାଳଧ୍ବଜ ରଥ ଆଗକୁ ବାହାରି ଯାଇଥିଲା । ପରେ ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅର୍ଦ୍ଧାସିନୀ ମନ୍ଦିରରେ ଲାଗିଥିଲା । ମାଉସୀ ମାଆଙ୍କ ପୋଡ଼ ପିଠା ଖାଇବା ପରେ ମହାମାୟିଙ୍କ ରଥ ଶ୍ରୀମନ୍ଦିର ମୁହାଁ ହୋଇଥିଲା । ଶେଷରେ ରଥରେ ବସି ହଲି ହଲି ଝୁଲି ଝୁଲି ମାଉସୀ ମାଆ ମନ୍ଦିର ସମ୍ମୁଖରେ ଲାଗିଥିଲା ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ରଥରୁ ଥାଇ ମାଉସୀଙ୍କୁ ଅନାଇ ଦେଇ ମୁରୁକି ହସି ଦେଇଥିଲେ ଜଗତନାଥ ଜଗନ୍ନାଥ । ଆଉ ଜଗାର ଏହି ହସ ଦେଖି ମାଉସୀ ବି ତା’ ମନ କଥା ବୁଝି ପାରିଥିଲେ । ସଙ୍ଗେ ସଙ୍ଗେ ମାଉସୀଙ୍କ ହାତ ତିଆରି ପୋଡ଼ପିଠା ଜଗା ପାଖରେ ଆଣି ପହଞ୍ଚାଇ ଦେଇଥିଲେ ଦାସଦାସି । ଆଉ ଜଗା ମହା ଆନନ୍ଦରେ ମାଉସୀଙ୍କ ପୋଡ଼ପିଠା ଖାଇବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହାରି ଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.5 ° C
    25.5 °
    25.5 °
    84 %
    1.1kmh
    100 %
    Sat
    25 °
    Sun
    30 °
    Mon
    29 °
    Tue
    30 °
    Wed
    29 °

    ସମ୍ବନ୍ଧିତ