Thursday, September 19, 2024
25.2 C
Odisha

    ମାଓବାଦୀଙ୍କ ବର୍ବରତା, ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟିପିଟି ମାରିଦେଲେ

    ଆଗକୁ ପଢନ୍ତୁ

    ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ଏପରି ବର୍ବର କାଣ୍ଡ ଘଟାଇଛନ୍ତି ବୋଲି କୁହାଯାଉଛି। ଗତ ଦଶଦିନ ତଳେ ମୃତ ଛାତ୍ରଙ୍କ ବଡ ଭାଇଙ୍କୁ ମଧ୍ୟ ମାଓବାଦୀମାନେ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ମୃତକ ସୁକୁମା ଜିଲାର ଜାଗରକୋଣ୍ଡା ଥାନା ପୂବର୍ତ୍ତୀ ଗାଁର ଦଶମ ଶ୍ରେଣୀ ଛାତ୍ର ସୋୟାମ ଶଙ୍କର । ପୋଲିସର ସୂଚନା ଦାତା ବୋଲି ଅଭିଯୋଗ କରି ମାଓବାଦୀ ଅତି ନିର୍ମମ ଭାବେ ତାଙ୍କୁ ପିଟି ପିଟି ହତ୍ୟା କରିଛନ୍ତି । ସପ୍ତାହ ପୂର୍ବରୁ ମାଓବାଦୀ ମାନେ ଶଙ୍କରଙ୍କ ଭାଇ ସୋୟାମ ଦୁର୍ଭାକୁ ଗାଁରେ ଗୋଡ଼ାଇ ବାଡ଼ିରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାକୁ ନେଇ ସୁକୁମା ଏସପି କିରଣ ଚୌହାନ କହିଛନ୍ତି ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି । ହେଲେ ସେମାନେ ପ୍ରକୃତରେ ପୋଲିସ ଇନଫର୍ମର ନ ଥିଲେ ବରଂ ଗାଁ ର ସାଧାରଣ ଆଦିବାସୀ ଥିଲେ। ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ ଜୋରଦାର ହୋଇଥିବା ନେଇ ସୂଚନା ଦେଇଛନ୍ତି ସୁକୁମା ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ