Monday, June 2, 2025
31.8 C
Odisha

ମା’କୋଳକୁ ଫେରିଲା ନବଜାତକ ୩୦୦ ସିସିଟିଭି ଯାଞ୍ଚ, ୩୬ ଘଣ୍ଟାର କସରତ

ଆଗକୁ ପଢନ୍ତୁ

ସମ୍ବଲପୁର:ବୁର୍ଲା ଭୀମସାରରୁ ଚୋରି ହୋଇଥିବା ନବଜାତକ ମା’କୋଳକୁ ଫେରିଛି । ୩୦୦ ସିସିଟିଭି ଯାଞ୍ଚ, ୩୬ ଘଣ୍ଟାର ଅପରେସନ ପରେ ଶିଶୁପୁତ୍ରକୁ ଉଦ୍ଧାର କରିଛି ପୁଲିସ । ଏହାସହ ଶିଶୁକୁ ଚୋରି କରିଥିବା ମହିଳା ଓ ତାଙ୍କ ସ୍ୱାମୀକୁ ପୁଲିସ ଅଟକ ରଖିଛି । ଛୁଆକୁ ପାଇଲା ପରେ ବାପା ମା’ଙ୍କ ଭାବବିହ୍ୱଳ ହୋଇପଡ଼ିଥିଲେ । ସୂଚନା ଅନୁସାରେ ବୁର୍ଲା ଭୀମସାରରୁ ଗତ ୨୬ ତାରିଖ ଦିନ ଚୋରି ହୋଇଥିବା ଶିଶୁକୁ ସମ୍ୱଲପୁର ରେଙ୍ଗାଲିସ୍ଥିତ ଗଣେଶନଗରରୁ ଆଜି ଉଦ୍ଧାର କରିଛି ପୁଲିସ । ଉଦ୍ଧାର ଶିଶୁକୁ ପ୍ରଥମେ ବୁର୍ଲା ମେଡିକାଲକୁ ଆଣି ଏସ୍‌ଏନ୍‌ସିୟୁରେ ରଖାଯାଇଛି । ଅନ୍ୟପକ୍ଷରେ ଶିଶୁକୁ ଉଦ୍ଧାର କଲାପରେ ଏଥିରେ ସମ୍ପୃକ୍ତ ମହିଳାଙ୍କୁ ଚୋରିର ତରିକା ଓ ପୁରାପ୍ରକ୍ରିୟା ପଚାରିଛି ପୁଲିସ । ଘଟଣା ଦିନ ମହିଳାଜଣକ ଶିଶୁଟିକୁ ମେଡିକାଲରୁ ଚୋରି କଲାପରେ ଏକ ଆଟୋରେ ଅଇଁଠାପାଲି ବସ୍‌ଷ୍ଟାଣ୍ଡକୁ ଯାଇଥିଲେ । ସେଠାରୁ ପୁଣି ଆଉ ଏକ ଗାଡ଼ିରେ ରେଙ୍ଗାଳିସ୍ଥିତ ଗଣେଶନଗର ତାଙ୍କ ଘରକୁ ଯାଇ ଲୁଚି ଯାଇଥିଲେ । ତେବେ ଶିଶୁଟିକୁ ନିଜେ ପାଳନ ପାଇଁ ନେଉଥିଲେ ନା ଆଉ କାହାକୁ ବିକ୍ରି କରିବା ପାଇଁ ନେଇଥିଲେ ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମହିଳା ଜଣକଙ୍କ ମା’ଘର ସମ୍ୱଲପୁର ସଦରଥାନ ଅଧୀନ ମାନେଶ୍ୱର ସ୍ଥିତ ମିରଗାମୁଣ୍ଡା ହୋଇଥିବାବେଳେ ତାଙ୍କ ଶାଶୂଘର ସୁବର୍ଣ୍ଣପୁର ଜିଲ୍ଲାରେ । ତାଙ୍କ ସ୍ୱାମୀ ସମ୍ୱଲପୁର ରେଙ୍ଗାଲି ଅଞ୍ଚଳରେ ଥିବା ଏକ ଶିଳ୍ପ ଅନୁଷ୍ଠାନରେ କାର୍ଯ୍ୟକରି ଆସୁଥିଲେ । ତେବେ କିଛିମାସ ପୂର୍ବରୁ ତାଙ୍କର ଏକ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଯାଇଥିଲା । ଫଳରେ ଭାଙ୍ଗି ପଡ଼ିବା ସହ ଅନ୍ୟର ଏକ ଶିଶୁ ଆଣିବା ପାଇଁ ମନେ ମନେ ଯୋଜନା କରିଥିଲେ । ଶିଶୁପୁତ୍ରକୁ ମା’ କୋଳକୁ ଫେରିଲା ପରେ ସୀତା ଦେବୀ ସମ୍ୱଲପୁର ଓ ଓଡ଼ିଶା ପୁଲିସକୁ ପ୍ରଂଶସା କରିଛନ୍ତି ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
few clouds
31.8 ° C
31.8 °
31.8 °
34 %
3.3kmh
19 %
Mon
39 °
Tue
38 °
Wed
39 °
Thu
40 °
Fri
41 °

ସମ୍ବନ୍ଧିତ